ଟ୍ରକ୍‌-ବାଇକ ଧକ୍କା, ୧ମୃତ ଜଣେ ଗୁରୁତର

ଟ୍ରକ୍‌-ବାଇକ ଧକ୍କା, ୧ମୃତ ଜଣେ ଗୁରୁତର

| Published On: Oct 13, 2017 06:52 PM IST |   107

ସୁନ୍ଦରଗଡ଼ : ଲେଫି୍ରପଡ଼ା ଥାନା ଅନ୍ତର୍ଗତ ସୁରଗୁଡ଼ା ଛକରେ ୧୦ ଚକିଆ କୋଇଲା ବୋଝେଇ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମୃତୁ୍ୟବରଣ କରିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ସୁନ୍ଦରଗଡ଼ ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନ ୪ଟାରେ ଏମସିଏଲରୁ କୋଇଲା ବୋଝେଇ ୧୦ଚକିଆ ଟ୍ରକ(ଓଡ଼ି-୨୩ସି-୮୯୩୭) ସୁନ୍ଦରଗଡ଼ ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ(ଓଆର-୧୬ବି-୮୬୮୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକଟି ସଂପୂର୍ଣ୍ଣ ଭାଙ୍ଗି ଯାଇ ବିବେକ ଭୈଷାଲ(୩୦)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ପ୍ରଶାନ୍ତ ବାଗ (୨୯) ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଲେଫି୍ରପଡ଼ା ଥାନା ଅଧିକାରୀ ଅନିଲ ପରିଡ଼ା ଘଟଣାସ୍ଥଳରେ ପହଞ୍ଚô ମୃତ ଯୁବକଙ୍କ ଶବକୁ ବ୍ୟବଛେଦ ପାଇଁ ହସ୍ପିଟାଲ ପଠାଇଥିବା ବେଳେ ଗୁରୁତର ଆହତକୁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ଓ ଆହତ ଯୁବକ ହେମଗିର ବ୍ଲକ ସୁମରା ଗ୍ରାମର ବୋଲି ପୁଲିସ କହିଛି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର