ଟିଆରପି ଶୀର୍ଷରେ କେବିସି,ଶ୍ରେଷ୍ଠ ୧୦ରୁ ବିଗବସ୍‌ ଆଉଟ

ଟିଆରପି ଶୀର୍ଷରେ କେବିସି,ଶ୍ରେଷ୍ଠ ୧୦ରୁ ବିଗବସ୍‌ ଆଉଟ

Sr. Copy Editor2 | Published On: Oct 13, 2017 06:47 PM IST |   863

ମୁମ୍ବାଇ : ଗତ ଅଗଷ୍ଟରେ ସୋନି ଟିଭିରେ ଆରମ୍ଭ ହୋଇଥିବା କୌନ ବନେଗା କରୋଡପତି(କେବିସି)-୯ର ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି । ତେବେ ଟିଆରପି ତାଲିକାର ପଛରେ ପଡିଯାଇଛି ସଲମାନ ଖାନଙ୍କ ବିଗବସ୍‌-୧୧ ଏବଂ ଅକ୍ଷୟ କୁମାରଙ୍କ ଦି ଗ୍ରେଟ ଇଣ୍ଡିଆନ ଲାଫଟର ଚାଲେଞ୍ଜ । ବିଏଆରସି ପକ୍ଷରୁ ସଦ୍ୟତମ ଜାରି ହୋଇଥିବା ତାଲିକା ଶୀର୍ଷରେ କେବସି ଥିବାବେଳେ ଶ୍ରେଷ୍ଠ ୧୦ରୁ ବାଦ ପଡିଛି ବିଗବସ୍‌-୧୧ । ତାଲିକା ମୁତାବକ ଦ୍ୱିତୀୟ ସ୍ଥାନରେ ଜୀ ଟିଭିର କୁଣ୍ଡଳୀ ଭାଗ୍ୟ, ତୃତୀୟରେ ଜୀ ଅନମୋଲର କାଲା ଟିକା, ଚତୁର୍ଥରେ ଜୀ ଟିଭିର କୁମକୁମ ଭାଗ୍ୟ ଏବଂ ପଞ୍ଚମରେ କଲର୍ସ ଟେଲିଭିଜନର ଫିୟର ଫ୍ୟାକ୍ଟର ଖତରୋଁ କେ କିଲାଡି ପେନ୍‌ ଇନ ସ୍ପେନ୍‌ ରହିଛି । ସେହିଭଳି ୨.୯ ପଏଣ୍ଟ ସହ ବିଗବସ୍‌ ତାଲିକାର ଏକାଦଶ ସ୍ଥାନରେ ରହିଛି । ତେବେ ଆଗାମୀ ଦିନରେ ତାହା ଶ୍ରେଷ୍ଠ ୧୦ ଭିତରେ ସାମିଲ ହୋଇପାରିବ ବୋଲି ଅନୁମାନ କରାଯାଉଛି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି