ଜେଲରୁ ବାହାରି ପାରିଲେନି ତଲୱାର ଦମ୍ପତି

ଜେଲରୁ ବାହାରି ପାରିଲେନି ତଲୱାର ଦମ୍ପତି

Sr. Copy Editor2 | Published On: Oct 13, 2017 06:09 PM IST |   102

ନୂଆଦିଲ୍ଲୀ : ଆରୂଷୀ-ହେମରାଜ ହତ୍ୟାକାଣ୍ଡ ଘଟଣାରେ ରାଜେଶ ତଲୱାର ଏବଂ ନୂପୁର ତଲୱାରଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦୋଷରେ ଖଲାସ କରିଥିଲେ ମଧ୍ୟ ସେମାନଙ୍କୁ ଡାସନା ଜେଲରୁ ଶୁକ୍ରବାର ମୁକ୍ତି ମିଳିପାରିନି । ସେମାନେ ନିର୍ଦୋଷ ସାବ୍ୟସ୍ତ ହେବା ଏବଂ ସେମାନଙ୍କୁ ଜେଲୁ ମୁକ୍ତ କରିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଶୁଣାଣିର ନକଲ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ନଥିବାରୁ ତଲୱାର ଦମ୍ପତିଙ୍କୁ ଶୁକ୍ରବାର ମୁକ୍ତ କରାଯାଇନାହିଁ । ଅପରପକ୍ଷେ ଶନିବାର ଏବଂ ରବିବାର ଛୁଟି ଥିବାରୁ ସେମାନଙ୍କୁ ସୋମବାର ଜେଲରୁ ମୁକ୍ତି ମିଳିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ,୨୦୦୮ ମେ ୧୬ ତାରିଖରେ ଆରୂଷୀ ହତ୍ୟାକାଣ୍ଡ ଘଟିଥିବା ବେଳେ ତାର ଗୋଟିଏ ଦିନ ପରେ ଚାକର ହେମରାଜଙ୍କ ମୃତଦେହ ଘର ଛାତ ଉପରୁ ମିଳିଥିଲା । ଏହି ମାମଲାର ତଦନ୍ତ ସିବିଆଇ କରିବା ସହ ୨୦୧୩,ନଭେମ୍ବର ୨୫ ତାରିଖରେ ସିବିଆଇ ଅଦାଲତରେ ତଲୱାର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିଦିନରୁ ତଲୱାର ଦମ୍ପତି ଡାସନା ଜେଲରେ ଥିବାବେଳେ ଦଣ୍ଡାଦେଶ ବିରୋଧରେ ୨୦୧୪ରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି