ରୋହିଙ୍ଗ୍ୟା ମୁସଲମାନଙ୍କୁ ବିତାଡିତ କରିବା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ରୋହିଙ୍ଗ୍ୟା ମୁସଲମାନଙ୍କୁ ବିତାଡିତ କରିବା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

Sr. Copy Editor2 | Published On: Oct 13, 2017 05:59 PM IST |   59

ନୂଆଦିଲ୍ଲୀ : ଦେଶରେ ଅବୈଧ ଭାବରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ଦେଶରୁ ବିତାଡିତ କରିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦେଶରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ କେନ୍ଦ୍ର ସରକାର ଦେଶରୁ ବାହାର କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ଅବୈଧ ଭାବରେ ରହୁଥିବା ରୋହିଙ୍ଗ୍ୟା ଦେଶର ଶାନ୍ତି ପାଇଁ ବିପଜ୍ଜନକ ହୋଇଥିଲେ ମଧ୍ୟ ସେମାନଙ୍କୁ ମାନବିକତାର ଆଧାରରେ ଦେଶରୁ ବାହାର କରିବା ଉପରେ ରୋକ ଲଗାଯାଇଛି । ଦେଶର ସମ୍ବିଧାନ ମଧ୍ୟ ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୨୧ ତାରିଖରେ କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି