ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଜିଏସଟି ଏକ ଫଳପ୍ରଦ ପଦକ୍ଷେପ : ଜିମ୍ ୟଙ୍ଗ କିମ୍

ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଜିଏସଟି ଏକ ଫଳପ୍ରଦ ପଦକ୍ଷେପ : ଜିମ୍ ୟଙ୍ଗ କିମ୍

Copy Editor AH | Published On: Oct 13, 2017 05:55 PM IST |   518

ୱାଶିଂଟନ୍ : ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଜିଏସଟି ହେଉଛି ଏକ ଫଳପ୍ରଦ ପଦକ୍ଷେପ ବୋଲି ବିଶ୍ୱବ୍ୟାଙ୍କ ମୁଖ୍ୟ ଜିମ୍ ୟଙ୍ଗ କିମ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ସଂସ୍କାର ପ୍ରକ୍ରିୟାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଫଳାଫଳ ମଧ୍ୟମ ତଥା ଦୀର୍ଘମିଆଦି ଅଭିବୃଦ୍ଧିରେ ପ୍ରତିଫଳିତ ହେବ । ୱାଶିଂଟନରେ ଗୁରୁବାର ଆରମ୍ଭ ହୋଇଥିବା ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବାର୍ଷିକ ବୈଠକ ଅବସରରେ ଶ୍ରୀ କିମ୍ କହିଛନ୍ତି ସାମଗ୍ରୀ ଓ ସେବାକର ଲାଗୁ ହେବା ପାଇଁ କିଛି ସମୟ ଲାଗିବାରୁ ଆର୍ଥିକ ଅଭିବୃଦ୍ଧି ମନ୍ଥର ହୋଇ ଯାଇଥିବା ଆକଳନ କରାଯାଇଛି । ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଜିଏସଟି ହେଉଛି ଏକ ଫଳପ୍ରଦ ପଦକ୍ଷେପ ଏବଂ ଏହି ମାନ୍ଦାବସ୍ଥା ସାମୟିକ ଭାବେ ପ୍ରତିଫଳିତ ହେବ ବୋଲି ସେ ମତ ଦେଇଛନ୍ତି । ଗୋଟିଏ ତୈମାସିକରେ ଅଭିବୃଦ୍ଧି ହାର ହ୍ରାସ ପାଇବା ପରେ ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଭାରତର ଅଭିବୃଦ୍ଧି ୭ ପ୍ରତିଶତରୁ କମିବ ହେବ ବୋଲି ଅନୁମାନ କରିଥିବା ବେଳେ ବିଶ୍ୱବ୍ୟାଙ୍କ ମୁଖ୍ୟଙ୍କ ଏହି ବକ୍ତବ୍ୟ ମୋଦି ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ସଂସ୍କାର ପ୍ରକ୍ରିୟାଗୁଡ଼ିକୁ ଜିମ୍ ୟଙ୍ଗ କିମ୍ ଭୂୟସୀ ପ୍ରାଂସା କରିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର