ରକ୍ତ ଜନିତ ରୋଗୀଙ୍କୁ ଯାତାୟାତ ଖର୍ଚ୍ଚ ୫୦୦ଟଙ୍କା

ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ ପାଇଁ ଆଉ ୯ଟି ଭ୍ରାମ୍ୟମାଣ ଯାନ

Copy Editor | Published On: Oct 13, 2017 04:55 PM IST | Updated On: Oct 13, 2017 04:58 PM IST |   282

ଭୁବନେଶ୍ୱର : ରାଜ୍ୟରେ ରକ୍ତ ଜନିତ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସ୍ବରୂପ ପାଞ୍ଚଶହ ଟଙ୍କା ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଥାଲାସେମିଆ, ସିକଲସେଲ ଓ ହେମୋଫିଲିଆ ରୋଗୀମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ । ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ କରିବା ପାଇଁ ଆଉ ୯ଟି ରକ୍ତ ସଂଗ୍ରହ ଭ୍ରାମ୍ୟମାଣ ଯାନ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଜ୍ଞାପନ ଅବସରରେ ଶୁକ୍ରବାର ଜୟଦେବ ଭବନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସମାରୋହ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବୁର୍ଲା ସମେତ ଛଅଟି ବ୍ଲଡ୍‌ବ୍ୟାଙ୍କରେ ଅତ୍ୟାଧୁନିକ ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି । । ଆଗାମୀ ଦିନରେ ବାଲେଶ୍ୱର, ବାରିପଦା, କେନ୍ଦୁଝର, କୋରାପୁଟ, ବରଗଡ଼, ବଲାଙ୍ଗିର ଓ ରାଉରକେଲାରେ ଖୋଲାଯିବ । ଏହା ବ୍ୟତୀତ ଝାରସୁଗୁଡ଼ା, ଫୁଲବାଣୀ ଓ ଭବାନୀପାଟଣାରେ ରକ୍ତ କଣିକାର ପୃଥକୀକରଣ କେନ୍ଦ୍ର ଆସନ୍ତା ବର୍ଷଠାରୁ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନଥିବା ୨୭ଟି ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ଵରର ବିଧାୟକବୃନ୍ଦ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ ଆଜି ବିଶ୍ୱ ରକ୍ତଦାନ ଦିବସ । ସ୍ୱେଚ୍ଛାକୃତ ରକ୍ତଦାନକୁ ଏକ ମହତ ଦାନ ଭାବେ ଆଜିର ଦିନକୁ ସାରା ବିଶ୍ୱରେ ପାଳନ କରାଯାଉଛି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି