ଆଠଗଡରେ ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

.

Published On: Oct 13, 2017 01:17 PM IST | Updated On: Oct 13, 2017 01:22 PM IST |   206

 

ଆଠଗଡ: ଆଠଗଡ ବନଖଣ୍ଡ ଅନର୍ଗତ ପାଇକରାପୁର ବିଲ ମଝିରେ ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ ରାତିରେ ଧାନ ବିଲ ଭିତରକୁ ଆସିଥିବାବେଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀଟି କାଦୁଅ ଭିତରେ ପଡି ରହିଛି । ତେବେ କେମିତି ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଏହି ଅଞ୍ଚଳକୁ ସାଧାରଣତଃ ହାତୀଙ୍କ କରିଡର ବୋଲି କୁହାଯାଏ । ଅନେକ ସମୟରେ ହାତୀମାନେ ରାସ୍ତା ଉପରକୁ ଆସି ଅବରୋଧ କରିବାର ଖବର ସାମନାକୁ ଆସିଥାଏ ।

 

ସୂଚନାଯୋଗ୍ୟ, ପୂର୍ବରୁ ଆଠଗଡ ଅଂଚଳରେ ବାରମ୍ବାର ହାତୀଙ୍କର ଉପଦ୍ରବ ଦେଖିବାକୁ ମିଳିଥାଏ । ଅନେକ ସମୟରେ ହାତୀ ଆକ୍ରମଣରେ ଆଠଗଡ ଅଞ୍ଚଳରେ ଲୋକଙ୍କର ମୃତ୍ୟୁ ହୋଇଥିବା ନଜିର ରହିଛି । ଜଙ୍ଗଲ ଅବକ୍ଷୟ ଯୋଗୁ ବାରମ୍ବାର ହାତୀମାନେ ଜନବସତି ମୁହାଁ ହେଉଛନ୍ତି । ବହୁ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନେ ମଧ୍ୟ ମରୁଛନ୍ତି ।

Tags:

Like Us

Breaking News

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂହ ଭାଇଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଚାନ୍ଦବାଲି: ଧାମରା ବନ୍ଦରର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ କଟକ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଅନୁଗୁଳ: ଅନୁଗୁଳ ଥାନା ମୁଶାପାପୁଲି ନିକଟରେ ଆଜି ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟି ୨ ମୃତ