ଚାକିରୀରେ ପୁନଃ ଅବସ୍ଥାପିତ ହେବେ ଚମ୍ପତ୍ତିରାୟ

.

Published On: Oct 13, 2017 12:45 PM IST |   1759


ପିପିଲି: ବହୁଚର୍ଚ୍ଚିତ ପିପିଲି ଅର୍ଜ୍ଜୁନଗୋଦାର ବବିନା ବେହେରା ହତ୍ୟାକାଣ୍ଡ ଘଟଣାରେ ଚାକିରୀରୁ ବହିଷ୍କୃତ ହୋଇଥିବା ତତ୍କାଳୀନ ପିପିଲି ଥାନାଧିକାରୀ ଅମୂଲ୍ୟ କୁମାର ଚମ୍ପତ୍ତିରାୟ ଚାକିରୀରେ ପୁନଃ ଅବସ୍ଥାପିତ ହେବେ । ମାନ୍ୟବର କୋର୍ଟଙ୍କ ନିର୍ଦେଶ ଅନୁଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପୁନଃଅବସ୍ଥାପିତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏସଂକ୍ରାନ୍ତୀୟ ପତ୍ର ଗୁରୁବାର ରାତିରେ ଚମ୍ପତ୍ତିରାୟଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାଯାଇଛି ।

 

ଏଠାରେ ସୂଚନା ଥାଉକି, ଅର୍ଜ୍ଜୁନଗୋଦା ଗ୍ରାମର ବବିନା ବେହେରା ହତ୍ୟାକାଣ୍ଡ ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ଗତ ୨୦୧୨ ମସିହା ଜାନୁଆରୀ ମାସ ୧୩ ତାରିଖ ଦିନ ତତ୍କାଳୀନ ପିପିଲି ଥାନାଧିକାରୀ ଅମୂଲ୍ୟ କୁମାର ଚମ୍ପତ୍ତିରାୟଙ୍କୁ ଚାକିରୀରୁ ନିଳମ୍ବିତ କରାଯାଇଥିଲା । ପରେ ସେହି ମାସ ୨୪ ତାରିଖରେ ସମ୍ବିଧାନର ୩୧୧(୨) ଧାରାରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ତେବେ ଏହା ବିରୋଧରେ ସେ ମାନ୍ୟବର ସ୍ୟାଟ୍ଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ କୋର୍ଟ ରାୟ ଦେଇଥିଲେ । ସ୍ୟାଟ୍ଙ୍କ ଏହି ରାୟ ବିରୋଧରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସ୍ୟାଟ୍ଙ୍କ ରାୟକୁ ହାଇକୋର୍ଟ କାଏମ ରଖିଥିଲେ । ପରେ ରାଜ୍ୟ ସରକାର ପୁନର୍ବାର ସ୍ୟାଟ୍ ଓ ହାଇକୋର୍ଟଙ୍କ ରାୟ ବିରୋଧରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସରକାରଙ୍କ ଅପିଲକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ । ଶ୍ରୀଚମ୍ପତ୍ତିରାୟଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ତଦନୁଯାଇ ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରାଯିବା ନେଇ ସରକାରଙ୍କ ଚିଠି ଗୁରୁବାର ରାତିରେ ତାଙ୍କ ହସ୍ତଗତ ହୋଇଥିବା ଜଣାଯାଇଛି । ଖୁବ୍ଶିଘ୍ର ସେ ପୁରୀ ଏସ୍.ପିଙ୍କ ନିକଟରେ ଚାକିରୀରେ ପୁନଃ ଅବସ୍ଥାପିତ ହେବେ ବୋଲି ଜଣାଯାଇଛି । ସ୍ୟାଟ୍ରୁ ସୁପ୍ରିମକୋର୍ଟ ସବୁଠାରେ ସତ୍ୟର ଜୟ ହୋଇଛି ବୋଲି ଶ୍ରୀ ଚମ୍ପତ୍ତିରାୟ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Tags:

Like Us

Breaking News

ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ ପୁରୀ : ଶ୍ରୀମନ୍ଦିର ଭିତରେ ସେଲଫି ଉଠାଉଥିବା ୩ ଶ୍ରଦ୍ଧାଳୁ ଅଟକ, ମୋବାଇଲ ଜବତ। ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି