ଆତଙ୍କ ଖେଳାଇଛି ମାଓ-ପୋଷ୍ଟର

ମାଓ-ସଙ୍ଗଠନରେ ସାମିଲ ହେବା ପାଇଁ ଧମକ ଦେଲେ ଲାଲବାହିନୀ

Published On: Oct 13, 2017 12:14 PM IST | Updated On: Oct 13, 2017 12:17 PM IST |   359


ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ସେଖଗୁଡାରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁ ମାଓ ସମର୍ଥକମାନେ ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ସେମାନେ ପୁଣି ମାଓ ସଙ୍ଗଠନରେ ସାମିଲ ହେବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି। ନଚେତ ପ୍ରଜାକୋର୍ଟରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛି ଲାଲବାହିନୀ ।

 

ସେହିପରି ମାଓ ସଙ୍ଗଠନ ପକ୍ଷରୁ ଆକ୍ଟୋବର ୨୦ରୁ ନଭେମ୍ବର ୨୦ ପର୍ୟ୍ୟନ୍ତ ଏକ ମାସ ଧରି ମାଓ ପିଏଲଜିଏ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ ନେଇ ମାଓ ପୋଷ୍ଟରରେ ଦର୍ଶାଯାଇଛି। ଏହି ଅଭିଯାନରେ ପ୍ରତ୍ୟେକ ଗ୍ରାମରୁ ୧୦ ଜଣ ଗ୍ରାମବାସୀକୁ ସଙ୍ଗଠନରେ ସାମିଲ ପାଇଁ ଡାକରା ଦିଆଯାଇଛି। ତେବେ ପୁଲିସକୁ ସର୍ମଥନ ଜଣାଇଲେ ବା ସହଯୋଗ କଲେ ପ୍ରଜାକୋର୍ଟରେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବ ବୋଲି ମାଓବାଦୀମାନେ ଧମକ ଦେଇଛନ୍ତି । ତେବେ ମାଓ ପୋଷ୍ଟର ଦେଖିଲା ପରେ ଆତ୍ମସର୍ମପଣ କରିଥିବା ମାଓବାଦୀମାନେ ଏବେ ଆତଙ୍କିତ ହୋଇଯାଇଛନ୍ତି। ସେମାନଙ୍କୁ ସୁରକ୍ଷା ଦେବାରେ ପୁଲିସ ସଫଳ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ