ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟି-୨୦ ମ୍ୟାଚ

ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

Copy Editor RKD | Published On: Oct 13, 2017 12:31 AM IST |   568

ହାଇଦରାବାଦ : ଶୁକ୍ରବାର ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚକୁ ଜିତି ସିରିଜ୍‌ ଜିତିବା ଲକ୍ଷ୍ୟରେ ଉଭୟ ଦଳ ଅଛନ୍ତି । ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିଫଳ ହୋଇଥିବା ବେଳେ ୨ୟ ଟ୍ୱେଣ୍ଟି୨୦ରେ ଏହାର ଫାଷ୍ଟବୋଲର ଚମକ୍ରାର ପ୍ରଦର୍ଶନ କରି ବ୍ୟାଟ୍‌ସମ୍ୟାନ୍‌ଙ୍କ କାମ ସହଜ କରି ଦେଇଥିଲେ । ଫାଷ୍ଟବୋଲରଙ୍କଠାରୁ ଅନୁରୂପ ପ୍ରଦର୍ଶନର ଆଶାରଖିଛି ଡେଭିଡ୍‌ ୱାର୍ଣ୍ଣରଙ୍କ ଦଳ । ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଜିତି ତା’ର ଟ୍ୱେଣ୍ଟି୨୦ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଗୁଆହାଟୀ ଟ୍ୱେଣ୍ଟି୨୦ ପ୍ରମାଣିତ କରିଛି ଯେ ଗତି ଓ ବାଉନ୍‌ସ ବିପକ୍ଷରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କର ଦୁର୍ବଳତା ନିଶ୍ଚୟ ରହିଛି । ୬ ଫୁଟ୍‌ ୭ ଇଞ୍ଚ୍‌୍‌ ଉଚ୍ଚ ବାମହାତି ଫାଷ୍ଟବୋଲର ଜେସନ୍‌ ବେହେରନ୍‌ଡର୍ଫ ତାଙ୍କ ପ୍ରଥମ ୩ ଓଭରରେ ଭାରତର ପ୍ରଥମ ୪ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରିଦେବା ପରେ ବୋଧହୁଏ ଏହିଠାରେ ଭାରତ ମ୍ୟାଚ୍‌ ହାରି ଯାଇଥିଲା । ପୂରା ସିରିଜ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ନାଥାନ୍‌ କୌଲ୍‌ଟର-ନାଇଲ୍‌ ଭଲ ବୋଲିଂ କରିଥିଲେ । ଏହିପରି ଉଚ୍ଚକୋଟୀର ପେସ୍‌ ଆକ୍ରମଣର ଜବାବ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଖରେ ନଥିଲା । ବିଶେଷକରି ବେହେରନ୍‌ଡର୍ଫ ବଲ୍‌କୁ ସ୍ୱିଙ୍ଗ୍‌ କରିବାର ସଫଳ ହୋଇଥିଲେ; ଯାହାର ମୁକାବିଲା ଆମ ବ୍ୟାଟ୍‌୍‌ସମ୍ୟାନ୍‌ କରି ପାରିନଥିଲେ । ତେଣୁ ଅଷ୍ଟ୍ରେଲିଆ ଆଶାକରିବ ଯେ ଜେସନ୍‌ ବେହେରନ୍‌ଡର୍ଫ ଓ କୌଲ୍‌ଟର-ନାଇଲ୍‌ ଏପରି ପ୍ରଦର୍ଶନ ବଜାୟ ରଖିବେ । ପୁଣି ୩ନଂ ସ୍ଥାନରେ ବ୍ୟାଟିଂ କରିଥିବା ମୋଇଜେସ୍‌ ହେନ୍‌ରିକ୍‌ସଙ୍କ ପ୍ରଦର୍ଶନ ମଧ୍ୟ ଅଷ୍ଟ୍ରେଲିଆକୁ ଉତ୍ସାହିତ କରିଛି । ଛୋଟ ବିଜୟଲକ୍ଷ୍ୟ ଥିବା ସତ୍ତ୍ୱେ ହେନ୍‌ରିକ୍‌ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ହେନ୍‌ରିକ୍‌ସ ୪୬ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ । ପୁଣି ଟ୍ରାଭିସ୍‌ ହେଡ୍‌ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଭାରତୀୟ ପେସ୍‌ ବୋଲର ଭଲ ପ୍ରଦର୍ଶନ କରିଥିଲେ ହେଁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କୁ ଆକ୍ରମଣ କରିଥିଲେ ହେଡ୍‌ ଓ ହେନ୍‌ରିକ୍‌ସ । କୁଲଦୀପ ସର୍ଟ କିମ୍ବା ଓଭର୍‌ ପିଚ୍‌ ବୋଲିଂ କରିଥିଲେ; ଯାହାର ଫାଇଦା ଉଭୟ ଅଷ୍ଟ୍ରେଲୀୟ ନେଇଥିଲେ । ଟ୍ୱେଣ୍ଟି୨୦ରେ ଦୁଇ ସଫଳ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱାର୍ଣ୍ଣର ଓ ଆରୋନ୍‌ ଫିଞ୍ଚ୍‌ ସହଳ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଅଷ୍ଟ୍ରେଲିଆ ଉପରେ ପଡ଼ିନଥିଲା । ୩ୟ ଟ୍ୱେଣ୍ଟି୨୦ରେ ଅବଶ୍ୟ ଭାରତକୁ ଏହି ଦୁଇ ଓପ୍‌ନରଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । କାରଣ ଏମାନଙ୍କ ମଧ୍ୟରୁ ଜଣଙ୍କ ବ୍ୟାଟ୍‌ ଚାଲିଲେ ଭାରତୀୟ ବୋଲର ଚାପରେ ରହିବେ । ଗତ ୨ଟି ମ୍ୟାଚ୍‌ରେ ସଠିକ୍‌ ଭାବେ ଦଳର ନେତୃତ୍ୱ ନେଇଥିବା ଡେଭିଡ୍‌ ୱାର୍ଣ୍ଣର ବ୍ୟାଟ୍‌୍‌ରେ କିଛି ଯୋଗଦାନ କରିବାକୁ ନିଶ୍ଚୟ ଚାହିଁବେ । ଲେଗ୍‌ସ୍ପିନର ଆଡାମ୍‌ ଜାମ୍ପା ମଧ୍ୟ ଭଲ ବୋଲିଂ କରିଥିଲେ । ଅଲ୍‌ରାଉଣ୍ଡ ଦକ୍ଷତା ଯୋଗୁଁ ମାର୍କସ ଷ୍ଟୋଇନିସ୍‌ ଆଉଥରେ ସୁଯୋଗ ପାଇବେ । ଅଷ୍ଟ୍ରେଲିଆ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ୍‌ । ତେବେ ଭାରତୀୟ ବ୍ୟାଟିଂ ଲାଇନ୍‌ରେ ଗୋଟିଏ ପରିବର୍ତ୍ତନ ହୋଇପାରେ । ମନୀଷ ପାଣ୍ଡେଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ କିମ୍ବା କେ.ଏଲ୍‌. ରାହୁଲ ସୁଯୋଗ ପାଇପାରନ୍ତି । ଅନ୍ୟପକ୍ଷୟରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରି ସାରିଥିବା ଆଶିଷ ନେହେରାଙ୍କୁ ଖେଳିବାର ସୁଯୋଗ ମିଳିବା ସମ୍ଭାବନା କମ୍‌ । ପିଚ୍‌ ବ୍ୟାଟିଂ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ତେବେ ଆଉଟ୍‌ଫିଲ୍‌୍‌ଡ ଓଦା ରହିଛି । ଗୁରୁବାର ଦିନସାରା ପଙ୍ଖା ଦ୍ୱାରା ପଡ଼ିଆ ଶୁଖାଯାଉଛି । ଗତ ସପ୍ତାହେ ହେଲା ହାଇଦରାବାଦରେ ପ୍ରତ୍ୟହ ବର୍ଷା ହେଉଛି । ଶୁକ୍ରବାର ମଧ୍ୟ ବର୍ଷାର ଆଶଙ୍କା ରହିଛି । ତେଣୁ ମ୍ୟାଚ୍‌ ପ୍ରଭାବିତ ହୋଇପାରେ । ଯେଉଁ ଦଳ ଟସ୍‌ ଜିତିବ; ପ୍ରଥମେ ଫିଲ୍‌ଡିଂର ନିଷ୍ପତ୍ତି ନେଇପାରେ ।
Tags:

Like Us

Breaking News

ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ ପୁରୀ : ଶ୍ରୀମନ୍ଦିର ଭିତରେ ସେଲଫି ଉଠାଉଥିବା ୩ ଶ୍ରଦ୍ଧାଳୁ ଅଟକ, ମୋବାଇଲ ଜବତ। ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି