ନଭେମ୍ବର ୯ରେ ହିମାଚଳ ପ୍ରଦେଶ, ଡିସେମ୍ବର ୧୮ ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ

ନଭେମ୍ବର ୯ରେ ହିମାଚଳ ପ୍ରଦେଶ, ଡିସେମ୍ବର ୧୮ ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ

Copy Editor RKD | Published On: Oct 13, 2017 12:02 AM IST |   134

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୯ତାରିଖରେ ଏହି ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୧୮ରେ ଭୋଟଗଣତି କରାଯିବ । ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ମାତ୍ରେ ଆଦର୍ଶ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି । ତେବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା କରାଯାଇନାହିଁ । ଗୁଜରାଟ ନିର୍ବାଚନ ସମ୍ପର୍କରେ ଆୟୋଗ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ ମଧ୍ୟ ଡିସେମ୍ବର ୧୮ ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି । ଖୁବ୍‌ଶୀଘ୍ର ଏହାର ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି । ମୁଖ୍ୟ ନିର୍ବାଚନ ଆୟୋଗ(ସିଇସି) ଏ.କେ ଜୋତି ଅନ୍ୟ ଦୁଇ ସଦସ୍ୟଙ୍କ ସହ ଅପରାହ୍ଣରେ ନିର୍ବାଚନ ସଦନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାର ଅବଧି ଜାନୁଆରୀ ୭ରେ ଶେଷ ହେଉଛି । ତେଣୁ ଏହାର ଯଥେଷ୍ଟ ପୂର୍ବରୁ ନଭେମ୍ବର ୯ରେ ଭୋଟ ଗ୍ରହଣ କରାଯିବ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ଅବଧି ଜାନୁଆରୀ ୨୨ରେ ଶେଷ ହେଉଥିବାରୁ ଡିସେମ୍ବର ୧୮ ପୂର୍ବରୁ ଏହାର ନିର୍ବାଚନ ହେବ । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ରାଜନୈତିକ ଦଳଗୁଡିକ ପାଇଁ ବେଶ ଗୁରୁତ୍ୱ ବହନ କରିଛି । ଆୟୋଗଙ୍କ ଘୋଷଣା ଅନୁଯାୟୀ ହିମାଚଳ ପ୍ରଦେଶ ନିର୍ବାଚନ ସମୟରେ ଇଭିଏମ୍‌ ସହିତ ଭିଭିପିଏଟି ବ୍ୟବହାର କରାଯିବ । ଏହାଦ୍ୱାରା ଭୋଟର ସେମାନଙ୍କ ଭୋଟକୁ ଯାଞ୍ଚ କରିପାରିବେ । ଏହାଦ୍ୱାରା ଇଭିଏମ୍‌ରେ ଜାଲିଆତି ହେଉଥିବା ନେଇ ଅଭିଯୋଗକୁ ଏଡା ଯାଇପାରିବ ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର