ପାକ୍‌ ସୈନ୍ୟଙ୍କ ଗୁଳିରେ ଯବାନ ସହିଦ

ପାକ୍‌ ସୈନ୍ୟଙ୍କ ଗୁଳିରେ ଯବାନ ସହିଦ

Copy Editor | Published On: Oct 13, 2017 12:00 AM IST |   262

ଜାମ୍ମୁ : ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇ ଭାରତୀୟ ଶିବିର ଉପରକୁ ଗୁଳିଚାଳନା କରାଯାଇଥିବାରୁ ଜଣେ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତୁ୍ୟ ଘଟିଛି । ଜାମ୍ମୁ କାଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ କ୍ରିଷ୍ଣାଘାଟି ଓ କାର୍ମାରା ଅଞ୍ଚଳରେ ଥିବା ବିଏସଏଫ ଶିବିର ଉପରକୁ ପାକ୍‌ ସୈନ୍ୟମାନେ ଗୁରୁବାର ପ୍ରବଳ ଗୁଳିବର୍ଷଣ କରିଥିଲେ । ସକାଳ ୧୦.୩୫ରୁ ପାକ୍‌ ସୈନ୍ୟଙ୍କ ଗୁଳିଚାଳନା ଆରମ୍ଭ ହୋଇଥିଲା । ଭାରତୀୟ ଯବାନଙ୍କ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । କାର୍ମାରା ସେକ୍ଟରରେ ପାକ୍‌ ସୈନ୍ୟ ମୋର୍ଟାର ସାହାଯ୍ୟରେ ଆକ୍ରମଣ ଜାରି ରଖିଥିଲେ । ଚକନ ଦା ବାଗ୍‌ ସୀମାନ୍ତବର୍ତ୍ତୀ ଫାଟକ ନିକଟରେ କାର୍ମାରା ଅବସ୍ଥିତ । ଏହି ଫାଟକ ଦେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ୟାବସାୟିକ କାରବାର ଅନୁଷ୍ଠିତ ହୋଇଥାଏ । ତେବେ ସୀମାନ୍ତରେ ଉତ୍ତେଜନା ଲାଗି ରହୁଥିବାରୁ ବିଗତ କିଛି ମାସ ହେଲା ଏହି ଫାଟକକୁ ବନ୍ଦ ରଖାଯାଇଛି । ଗତ ମଙ୍ଗଳବାର ଚକନ ଦା ବାଗ ଫାଟକରେ ପାକ୍‌ ସୈନ୍ୟମାନେ ଜଣେ ମହିଳାଙ୍କୁ ଭାରତୀୟ ଯବାନଙ୍କୁ ହସ୍ତାନ୍ତର କରିଥିଲେ । ସ୍ୱାମୀଙ୍କ ସହ ଝଗଡା ହେବାପରେ ଦିଗ୍‌ୱାର ବାସିନ୍ଦା ୩୭ ବର୍ଷୀୟା ଏହି ମହିଳାଜଣକ ୨୦୧୩ରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକ୍‌ ଅଧିକୃତ କାଶ୍ମୀରକୁ ପଳାଇଥିଲେ । ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ପାକିସ୍ତାନ ପକ୍ଷରୁ ୬୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇସାରିଲାଣି । ଏଥିରେ ପ୍ରାୟ ଚାଳିଶ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇସାରିଲେଣି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି