କେନ୍ଦ୍ରରେ ୧୧ ଜଣ ସଚିବ ବଦଳିଲେ

କେନ୍ଦ୍ରରେ ୧୧ ଜଣ ସଚିବ ବଦଳିଲେ

Copy Editor | Published On: Oct 12, 2017 11:41 PM IST |   277

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ନିଯୁକ୍ତି କମିଟିର ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ୧୧ଟି ବିଭାଗରେ ସଚିବସ୍ତରୀୟ ବଦଳି ହୋଇଛି । ରାଜସ୍ୱ ସଚିବ ହସମୁଖ ଆଢିଆଙ୍କୁ ଅର୍ଥ ସଚିବଭାବେ ଅବସ୍ଥାପିତ କରାଯାଇଥିବାବେଳେ ପରିବେଶ ଓ ଜଙ୍ଗଲ ବିଭାଗ ସଚିବ ଅଜୟ ନାରାୟଣ ଝା’ଙ୍କୁ ଅର୍ଥ ମନ୍ତ୍ରଣାଳୟରେ ସଚିବ (ବ୍ୟୟ) ଭାବେ ନିଯୁକ୍ତ କରାଯାଇଛି । ଏହି ପଦରେ କାର୍ଯ୍ୟ କରୁଥିବା ଅଶୋକ ଲାଭାସା ଚଳିତମାସ ଶେଷରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ସଚିବ ସି.କେ.ମିଶ୍ରଙ୍କୁ ପରିବେଶ ଓ ଜଙ୍ଗଲ ବିଭାଗ ସଚିବଭାବେ ଅବସ୍ଥାପିତ କରାଯାଇଥିବାବେଳେ ଖାଦ୍ୟ, ସାଧାରଣ ବଣ୍ଟନ ବିଭାଗ ସଚିବ ପ୍ରୀତି ସୁଦାନଙ୍କୁ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ କରାଯାଇଛି । କ୍ରୀଡା ସଚିବଭାବେ କାର୍ଯ୍ୟ କରୁଥିବା ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଇଞ୍ଜେଟି ଶ୍ରୀନିବାସଙ୍କୁ କର୍ପୋରେଟ ଆଫେୟାର୍ସ ସଚିବଭାବେ, ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ ଗୋପାଳକୃଷ୍ଣଙ୍କୁ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ, ରବିକାନ୍ତଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ ରାହୁଲପ୍ରସାଦ ଭଟ୍ଟନାଗରଙ୍କୁ କ୍ରୀଡା ସଚିବ ଓ ଆଲୋକ ଶ୍ରୀବାସ୍ତବଙ୍କୁ ନ୍ୟାୟ ବିଭାଗର ସଚିବଭାବେ ଅବସ୍ଥାପିତ କରାଯାଇଛି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି