ୟୁପିରେ ବିଷାକ୍ତ ଖାଦ୍ୟ ଖାଇ ୮୦ ଛାତ୍ରୀ ଅସୁସ୍ଥ

ୟୁପିରେ ବିଷାକ୍ତ ଖାଦ୍ୟ ଖାଇ ୮୦ ଛାତ୍ରୀ ଅସୁସ୍ଥ

Copy Editor RKD | Published On: Oct 12, 2017 11:31 PM IST |   154

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମିର୍ଜାପୁର ଜିଲା ଅନ୍ତର୍ଗତ ମାଦିହାନସ୍ଥିତ ଏକ ମହିଳା କଲେଜରେ ବିଷାକ୍ତ ଖାଦ୍ୟ ଖାଇ ୮୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଗୁରୁବାର ଆଶ୍ରମ ପଦାତି ମହିଳା ମହାବିଦ୍ୟାଳୟରେ ଏହି ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବାପରେ ଅସୁସ୍ଥ ହୋଇପଡିଥିଲେ । ଅଧିକାଂଶ ଛାତ୍ରୀ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ୧୨ ଜଣ ଛାତ୍ରୀ ଚିକିତ୍ସାଧୀନ ଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ମାଦିହାନ ଏସଡିଏମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର