ୟୁନେସ୍କୋରୁ ଓହରିଲା ଆମେରିକା

ୟୁନେସ୍କୋରୁ ଓହରିଲା ଆମେରିକା

Copy Editor RKD | Published On: Oct 12, 2017 11:27 PM IST |   684

ପ୍ୟାରିସ : ଜାତିସଂଘ ସଂସ୍ଥା ୟୁନେସ୍କୋରୁ ଓହରିଯିବାକୁ ଆମେରିକା ଘୋଷଣା କରିଛି । ୟୁନେସ୍କୋ କର୍ତ୍ତୃପକ୍ଷ ଇସ୍ରାଏଲ ବିରୋଧୀ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ କରି ଆମେରିକା ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅବସ୍ଥିତ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ବର୍ତ୍ତମାନ ଆମେରିକା ପର୍ଯ୍ୟବେକ୍ଷକଙ୍କୁ ଅବସ୍ଥାପିତ କରିବ ବୋଲି ଆମେରିକା ବିଦେଶ ବିଭାଗ ମୁଖପାତ୍ର ହିଦର ନୁଏର୍ଟ ସୂଚନା ଦେଇଛନ୍ତି । ଅପରପକ୍ଷରେ ଆମେରିକାର ଏଭଳି ନିଷ୍ପତ୍ତିରେ ୟୁନେସ୍କୋ ନିର୍ଦେଶିକା ଇରିନା ବୋକୋଭା ଦୁଃଖପ୍ରକାଶ କରିଛନ୍ତି । ୨୦୧୧ରେ ପାଲେଷ୍ଟାଇନକୁ ୟୁନେସ୍କୋ ସଦସ୍ୟ ତାଲିକାଭୁକ୍ତ କରାଯିବା ପରଠାରୁ ଆମେରିକା ଏହି ସଂଗଠନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି । ଆନ୍ତର୍ଜାତିକ ସ୍ତରରେ ଆମେରିକାର ଘନିଷ୍ଠ ସହଯୋଗୀଭାବେ ଇସ୍ରାଏଲ ପରିଚିତ । ତେବେ ୟୁନେସ୍କୋ ପକ୍ଷରୁ ଇସ୍ରାଏଲର ପରମଶତ୍ରୁ ପାଲେଷ୍ଟାଇନକୁ ସଦସ୍ୟ କରାଯାଇଥିବା ଘଟଣାକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ । ସଂଗଠନରୁ ଆମେରିକା ଓହରିଯିବା ଘଟଣା କୂଟନୈତିକ ମହଲରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି ।
Tags:

Like Us

Breaking News

ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ ପୁରୀ : ଶ୍ରୀମନ୍ଦିର ଭିତରେ ସେଲଫି ଉଠାଉଥିବା ୩ ଶ୍ରଦ୍ଧାଳୁ ଅଟକ, ମୋବାଇଲ ଜବତ। ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି