ଭୁଲ୍‌ରେ ମହିଳା ଶୌଚାଳୟରେ ପଶିଗଲେ ରାହୁଲ

ଭୁଲ୍‌ରେ ମହିଳା ଶୌଚାଳୟରେ ପଶିଗଲେ ରାହୁଲ

Copy Editor | Published On: Oct 12, 2017 11:24 PM IST |   241

ଛୋଟା ଉଦୟପୁର : ଗୁଜରାଟ ଗସ୍ତରେ ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଭୁଲ୍‌ ବସତଃ ମହିଳା ଶୌଚାଳୟରେ ପଶିଯିବାକୁ ନେଇ ଏକପ୍ରକାର ଲଜ୍ଜିତ ହୋଇଛନ୍ତି । ବୁଧବାର ରାହୁଲ ଗୁଜରାଟର ଛୋଟା ଉଦୟପୁର ଅଞ୍ଚଳ ଗସ୍ତ ସମୟରେ ଏପରି ଲଜ୍ଜାକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁଯାୟୀ ଲୋକଙ୍କ ସହ କଥାବାର୍ତ୍ତା ପରେ ରାହୁଲ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ସେ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଶୌଚାଳୟ ଭିତରକୁ ଚାଲିଯାଇଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି କମାଣ୍ଡୋ ଏ ବାବଦରେ ଜଣାଇବା ପରେ ରାହୁଲ ସଙ୍ଗେ ସଙ୍ଗେ ସେଠାରୁ ଚାଲିଆସିଥିଲେ । ଶୌଚାଳୟ ବାହାରେ ଥିବା ବୋର୍ଡ ଗୁଜରାଟୀ ଭାଷାରେ ଲେଖାଯାଇଥିଲା । ତେବେ ଏହି ସମୟର ଦୃଶ୍ୟକୁ ଉପସ୍ଥିତ କେତେକ ମହିଳା ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଚର୍ଚ୍ଚା ହୋଇଥିଲା ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି