୧୦୭୦ କିଲୋର କଖାରୁ ମାଲିକଙ୍କୁ ମିଳିଲା ୧୧ଲକ୍ଷ ଟଙ୍କା!

.

Published On: Oct 12, 2017 10:42 PM IST |   2372

କାଲିଫର୍ଣ୍ଣିଆ ହାଫ୍ ମୁନ୍ ୱେରେ ପ୍ରତ୍ୟେକ ବର୍ଷ ଏହି ନିର୍ଦିଷ୍ଟ ସମୟରେ ‘ବିଶ୍ବସ୍ତରୀୟ କଖାରୁ ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ପ୍ରାନ୍ତରୁ ସଂଖ୍ୟାଧିକ କୃଷକ ଏଥିରେ ଭାଗ ନେଉଥିଲାବେଳେ ଚଳିତଥର ବୃହତ୍ କଖାରୁ ପ୍ରତିଯୋଗିତାରେ ୧୦୧ଜଣ କୃଷକ ଅଂଶଗ୍ରହଣ କରିଥିଲେ। ଏଥରକ ଏହି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ଜୋଏଲ ହୋଲେଣ୍ଡ ନାମକ ଜଣେ କୃଷକ। ଗତ ୭ ବର୍ଷ ହେଲାଣି ପ୍ରତିଯୋଗିତାରେ ପ୍ରଥମ ହେଉଥିବା ଜୋଏଲ ବଡ଼ କଖାରୁ ଚାଷ ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି। ଏଥରକ ତାଙ୍କ କଖାରୁର ଓଜନ ୧୦୭୦ କିଲୋ ହୋଇଥିବାବେଳେ ପୁରସ୍କାର ରାଶି ଭାବେ ୧୧ଲକ୍ଷ ଟଙ୍କା ତାଙ୍କୁ ମିଳିଛି। ଜୋଏଲ କହିଛନ୍ତି ଏଥରକ ପ୍ରତିଯୋଗିତାରେ ଭାଗ ନେବାର ପୂର୍ବଦିନ ସେ ରାତିରେ ଶୋଇ ପାରିନଥିଲେ। ମନରେ ଆଶଙ୍କା ଥିଲା ଯେ ସେ ବିଜୟୀ ହେବେ କିମ୍ବା ନାହିଁ? ବଡ଼ ଆକାରର କଖାରୁ ଚାଷ ନିମନ୍ତେ ସେ ଦିନରାତି ପରିଶ୍ରମ କରିଥାନ୍ତି। ଇଣ୍ଟରନେଟ୍ ସହାୟତାରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରି ଏହି ଚାଷ କରୁଥିବାର ଜୋଏଲ କହିଛନ୍ତି।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି