ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

୩ୟ ଟି -୨୦ ମ୍ୟାଚ୍‌

Copy Editor | Published On: Oct 12, 2017 09:19 PM IST |   568

ହାଇଦରାବାଦ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟ୍ୱେଣ୍ଟି-୨୦ ସିରିଜର ୩ୟ ତଥା ନିର୍ଣ୍ଣାୟକ ଟି -୨୦ ମ୍ୟାଚ୍‌ ଶୁକ୍ରବାର ହାଇଦରାବାଦରେ ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ସିରିଜ ବିଜୟୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭଲ ପ୍ରଦର୍ଶନ କରି ଭାରତକୁ ପରାସ୍ତକରି ସିରିଜ୍‌ ଜିତିବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ । ଅନ୍ୟପକ୍ଷରେ ପ୍ରଦର୍ଶନରେ ଉନ୍ନତି କରି ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଟ୍ୱେଣ୍ଟି-୨୦କୁ ଅତି ସହଜରେ ଜିତିବା ପରେ ୨ୟ ଦିନିକିଆ ମ୍ୟାଚ୍‌ରେ ଯେପରି ଭାବେ ଲଢ଼ୁଆ ପ୍ରଦର୍ଶନ କରି ଭାରତକୁ ଅଷ୍ଟ୍ରେଲିଆ ପରାସ୍ତକଲା; ତାହା କଙ୍ଗାରୁଦଳକୁ ବେଶ୍‌ ଉତ୍ସାହିତ କରିଛି । ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିଫଳ ହୋଇଥିବା ବେଳେ ୨ୟ ଟ୍ୱେଣ୍ଟି୨୦ରେ ଏହାର ଫାଷ୍ଟବୋଲର ଚମତ୍କାର ପ୍ରଦର୍ଶନ କରି ବ୍ୟାଟ୍‌ସମ୍ୟାନ୍‌ଙ୍କ କାମ ସହଜ କରି ଦେଇଥିଲେ । ତେଣୁ ଫାଷ୍ଟବୋଲରଙ୍କଠାରୁ ଅନୁରୂପ ପ୍ରଦର୍ଶନର ଆଶାରଖିଛି ଡେଭିଡ୍‌ ୱାର୍ଣ୍ଣରଙ୍କ ଦଳ । ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଜିତି ତା’ର ଟ୍ୱେଣ୍ଟି-୨୦ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ବିରାଟଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ । ଗୁଆହାଟୀ ଟ୍ୱେଣ୍ଟି-୨୦ରେ ବାମହାତି ଫାଷ୍ଟବୋଲର ଜେସନ୍‌ ବେହେରନ୍‌ଡର୍ଫ ତାଙ୍କ ପ୍ରଥମ ୩ ଓଭରରେ ଭାରତର ପ୍ରଥମ ୪ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ସେହିପରି ୩ନଂ ସ୍ଥାନରେ ବ୍ୟାଟିଂ କରିଥିବା ମୋଇଜେସ୍‌ ହେନ୍‌ରିକ୍‌ସଙ୍କ ପ୍ରଦର୍ଶନ ମଧ୍ୟ ଅଷ୍ଟ୍ରେଲିଆକୁ ଉତ୍ସାହିତ କରିଛି । ଛୋଟ ବିଜୟଲକ୍ଷ୍ୟ ଥିବା ସତ୍ତ୍ୱେ ହେନ୍‌ରିକ୍‌ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ହେନ୍‌ରିକ୍‌ସ ୪୬ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ । ଅନ୍ୟ ପକ୍ଷରେ ଭାରତୀୟ ପେସ୍‌ ବୋଲର ଭଲ ପ୍ରଦର୍ଶନ କରିଥିଲେ ହେଁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କୁ ଆକ୍ରମଣ କରିଥିଲେ ହେଡ୍‌ ଓ ହେନ୍‌ରିକ୍‌ସ । ତେବେ ୩ୟ ମ୍ୟାଚରେ ଉପରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ୍‌ । ପିଚ୍‌ ବ୍ୟାଟିଂ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ତେବେ ଆଉଟ୍‌ଫିଲଡ ଓଦା ରହିଛି । ଗୁରୁବାର ଦିନସାରା ପଡ଼ିଆ ଶୁଖାଯାଉଛି । ଗତ ସପ୍ତାହେ ହେଲା ହାଇଦରାବାଦରେ ପ୍ରତିଦିନ ବର୍ଷା ହେଉଛି । ଶୁକ୍ରବାର ମଧ୍ୟ ବର୍ଷାର ଆଶଙ୍କା ରହିଛି । ତେଣୁ ମ୍ୟାଚ୍‌ ପ୍ରଭାବିତ ହୋବାର ସମ୍ଭାବନାକୁ ଏହାଇ ଦିଆଯାଇ ନ ପାରେ ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।