୨୫ବର୍ଷରେ ଜାତୀୟ ମାନବାଧିକାର କମିଶନ

ପଞ୍ଜିକୃତ ହୋଇଛି ପ୍ରାୟ ୧୭ ଲକ୍ଷ ମାମଲା

Copy Editor AH | Published On: Oct 12, 2017 07:58 PM IST |   113

ନୂଆଦିଲ୍ଲୀ : ଜାତୀୟ ମାନବାଧିକାର କମିଶନ ୨୫ ବର୍ଷରେ ପଦାର୍ପଣ କରିଛି । ୧୯୯୩ ମସିହା ଅକ୍ଟୋବର ୧୨ ତାରିଖରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ପ୍ରତିଷ୍ଠା ହୋଇଥିଲା । ମାନବିକ ଅଧିକାରର ସୁରକ୍ଷା ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୁରୁବାର କମିଶନର ୨୪ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏନଏଚଆରସି ଗଠନ ହେବା ପରଠାରୁ ଗତ ମାସ ୩୦ ତାରିଖ ସୁଦ୍ଧା ପ୍ରାୟ ୧୭ ଲକ୍ଷ ମାମଲା ପଞ୍ଜିକରଣ ହୋଇଛି । ଗତ ବର୍ଷକ ମଧ୍ୟରେ କମିଶନ ୮୪ ହଜାର ୫୨୭ଟି ଅଭିଯୋଗ ପଞ୍ଜିକରଣ କରିଛି । ୨୦୧୬ ଅକ୍ଟୋବରରୁ ୨୦୧୭ ସେପ୍ଟେମ୍ବର ମାସ ମଧ୍ୟରେ କମିଶନ ନିଜ ତରଫରୁ ଗଣମାଧ୍ୟମର ଖବରକୁ ଭିତିକରି ୭୭ଟି ମାମଲା ଦାଏର କରିଛି । ତେବେ ଗତବର୍ଷ ଅଧିକ ସଂଖ୍ୟକ ମାମଲା ରୁଜ୍ଜୁ ହୋଇଥିବା ପ୍ରମୁଖ ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶର ୩୯,୦୮୭ଟି ମାମଲା, ଓଡ଼ିଶା ୭୯୨୩, ଦିଲ୍ଲୀ ୫୮୩୬,ବିହାର ୩୪୫୨, ହରିୟାଣା ୩୦୫୬, ତାମିଲନାଡୁ ୨୯୮୨, ରାଜସ୍ଥାନ ୨୯୬୦, ମଧ୍ୟପ୍ରଦେଶ ୨୬୫୨, ମହାରାଷ୍ଟ୍ର ୨୩୧୨ ଏବଂ ପଶ୍ଚିମବଙ୍ଗର ୧୬୬୬ଟି ମାମଲା ରହିଛି । କମିଶନ ୯୩,୭୨୮ଟି ମାମଲା ସହିତ ଗତ ବର୍ଷ ପଞ୍ଜିକରଣ ହୋଇଥିବା କେତେକ ମାମଲାର ଫଏସଲା କରିଛି । ଜଷ୍ଟିସ ଏଚ. ଏଲ ଦତ୍ତୁ ବର୍ତ୍ତମାନ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ