ଜିଏସଟି ପରିସରଭୁକ୍ତ ହେବ ରିୟଲ ଇଷ୍ଟେଟ କ୍ଷେତ୍ର : ଜେଟଲୀ

ଜିଏସଟି ପରିସରଭୁକ୍ତ ହେବ ରିୟଲ ଇଷ୍ଟେଟ କ୍ଷେତ୍ର : ଜେଟଲୀ

Copy Editor AH | Published On: Oct 12, 2017 05:59 PM IST |   197

କେମ୍ବ୍ରିଜ : ଜମିଜମା ଓ ଗୃହ ନିର୍ମାଣ ବା ରିୟଲ ଇଷ୍ଟେଟ କ୍ଷେତ୍ରକୁ ଜିଏସଟି ପରିସରଭୁକ୍ତ କରିବା ସଂକ୍ରାନ୍ତରେ ଜିଏସଟି ପରିଷଦ ବୈଠକରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ଆମେରିକାର ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ଭାରତର ଶୁଳ୍କ ସଂସ୍କାର ସଂକ୍ରାନ୍ତରେ ବ୍ୟାଖ୍ୟାନ ଦେବା ସମୟରେ ଶ୍ରୀ ଜେଟଲୀ କହିଛନ୍ତି, ଭାରତରେ ଜମିଜମା ଓ ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଟିକସ ଫାଙ୍କି ହେଉଛି । ନଗଦ ଅର୍ଥ କାରବାର ଯୋଗୁଁ ବହୁ ପରିମାଣରେ ନଗଦ ଅର୍ଥ ଠୁଳ ହେଉଛି । ରିୟଲ ଇଷ୍ଟେଟ କ୍ଷେତ୍ର ଏବେ ଜିଏସଟି ପରିସର ବାହାରେ ଅଛି । ନଭେମ୍ବର ମାସରେ ଗୁଆହାଟୀଠାରେ ଜିଏସଟି ପରିଷଦର ପରବର୍ତ୍ତୀ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ