କେଉଁ ସମୟରେ ପଇଡ ପାଣି ପିଇଲେ, ଉପକାରିତା ହେବ ଦୁଇ ଗୁଣ

.

Published On: Oct 12, 2017 05:45 PM IST | Updated On: Oct 12, 2017 05:51 PM IST |   4902

 

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯଦି ଠିକ୍ ସମୟରେ ଆମେ ପାଇଡ ପାଣି ପିଇବା ତେବେ ଏହାର ଲାଭ ଦୁଇ ଗୁଣ ହୋଇଥାଏ । ଆସନ୍ତୁ ଜାଣିବା ପଇଡ ପାଣି ପିଇବାର ସଠିକ୍ ସମୟ ବିଷୟରେ........

୧. ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଦ୍ବାରା ଏଥିରେ ଥିବା ପୋଷକ ତତ୍ତ୍ଵ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ୍ ହୋଇଥାଏ।

୨. ଗର୍ଭବତୀ ମହିଳାଙ୍କୁ ପଇଡ ପାଣି ପିଇବାକୁ ପରାମର୍ଶ ଦିଆଯାଇ ଥାଏ । ଏହାର କାରଣ ହେଉଛି ଗର୍ଭବତୀ ମହିଳା ପଇଡ ପାଣି ପିଇବା ଦ୍ବାରା ବଦହଜମୀ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଫଳରେ ମା ଓ ଗର୍ଭସ୍ଥ ଶିଶୁ ଉଭୟ ସୁସ୍ଥ ରହିଥାନ୍ତି।

୩. ଭୋଜନ ପୂର୍ବରୁ ପଇଡ ପାଣି ପିଇବା ଉଚିତ୍ । ଫଳରେ କମ୍ ଖାଦ୍ୟ ଖାଇବା ସହ ପ୍ରାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ । ପେଟରେ ଅତ୍ୟାଧିକ ଚର୍ବି ସମସ୍ୟା ଦେଖା ଦେଇନଥାଏ ।

୪. ନିୟମିତ ପଇଡ ପାଣି ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।

୫. ଶୟନ ପୂର୍ବରୁ ପଇଡ ପାଣି ପିଇଲେ ଥକ୍କାପଣ ଓ ଚିନ୍ତାଗ୍ରସ୍ତ ଦୂର ହେବା ସହ ମସ୍ତିକ ସୁସ୍ଥ ରହିଥାଏ।

୬. ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ପଇଡ ପାଣି ପିଅନ୍ତୁ। ହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ