ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ନଭେମ୍ବର ୯ରେ ମତଦାନ,ଡିସେମ୍ବର ୧୮ରେ ଭୋଟ ଗଣତି

ସମସ୍ତ ମତଦାନ କେନ୍ଦ୍ରରେ ବ୍ୟବହାର ହେବ ଭିଭିପାଟ୍‌ ମେସିନ

Copy Editor AH | Published On: Oct 12, 2017 04:50 PM IST | Updated On: Oct 12, 2017 05:25 PM IST |   238

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଗୁଲ ବାଜିଛି । ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୯ ତାରଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ଦିନ ରାଜ୍ୟର ସମସ୍ତ ଆସନରେ ମତଦାନ କରାଯିବ। ଚଳିତ ମାସ ୧୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନିର୍ବାଚନ ତାରିଖ ଘୋଷଣା ସହିତ ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁହୋଇଛି । ରାଜ୍ୟର ମୋଟ ୬୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୨୬ ତାରିଖକୁ ମନୋନୟନ ପତ୍ର ଦାଖଲର ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ରାଜ୍ୟର ସମସ୍ତ ୭୫୨୧ମତଦାନ କେନ୍ଦ୍ରରେ ଭିଭିପାଟ୍‌ ମେସିନ ବ୍ୟବହାର କରାଯିବ । ସମସ୍ତ ବୁଥର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଡିସେମ୍ବର ୧୮ ତାରିଖରେ ଭୋଟ ଗଣତି ହେବ । ପ୍ରାର୍ଥୀମାନଙ୍କର ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ୨୦୧୮ ଜାନୁୟାରୀ ୭ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଅନ୍ୟ ପକ୍ଷରେ ଡିସେମ୍ବର ୧୮ ତାରିଖ ପୂର୍ବରୁ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନ କହିଛନ୍ତି।
Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ