ସଡକ ଦୁର୍ଘଟଣାରେ ୨ ମୃତ, ୩ ଆହତ

.

Published On: Oct 12, 2017 03:47 PM IST |   671


ଭଞ୍ଜନଗର: ବେଲଗୁଣ୍ଠା ସହରରଠାରୁ ମାତ୍ର ୧ କି.ମି ଦୂର ଜଗନ୍ନାଥପ୍ରସାଦ ରାସ୍ତାରେ କୋକଲଣ୍ଡା ଛକଠାରେ ୨ ବାଇକ୍ ମୁହାଁମୁହିଁ ହୋଇଛି। ଫଳରେ ଦୁର୍ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତଙ୍କୁ ସଂଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

 

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ସାଢେ ୧୨ଟା ବେଳେ ଘଟିଥିଲେ। ମୃତ ଯୁବକ ଦୁଇ ଜଣ ହେଲେ ବୁଗୁଡା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ସୁଦାମ ସେଠୀ ଓ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ବସନ୍ତ ସ୍ବାଇଁ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ୩ ଜଣ ହେଲେ ପାଙ୍ଗିଡି ଗ୍ରାମର ଦୀପୁ ନାୟକ ଓ ଫକୀର ନାୟକ, ଚାକୁଣ୍ଡାପାଲି ଗ୍ରାମର ସୁଦାମ ନାୟକ। ଦୁର୍ଘଟଣାସ୍ଥଳରେ ବେଲଗୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ଭଞ୍ଜନଗର ସରକାରୀ ହସ୍ପିଟାଲରେ ଲୋକରଣ୍ୟ ହୋଇପଡିଛି।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ