ଆରୂଷୀ ହତ୍ୟା ମାମଲାରେ ତଲୱାର ଦମ୍ପତି ନିର୍ଦୋଷ ସାବ୍ୟସ୍ତ

ଆରୂଷୀ ହତ୍ୟା ମାମଲାରେ ତଲୱାର ଦମ୍ପତି ନିର୍ଦୋଷ ସାବ୍ୟସ୍ତ

| Published On: Oct 12, 2017 03:26 PM IST | Updated On: Oct 12, 2017 03:59 PM IST |   411

ଆହ୍ଲାବାଦ: ବହୁଚର୍ଚ୍ଚିତ ଆରୂଷୀ-ହେମରାଜ ହତ୍ୟା ମାମଲାରେ ରାଜେଶ ତଲୱାର ଏବଂ ନୂପୁର ତଲୱାର ନିର୍ଦୋଷରେ ଖଲାସ ହୋଇଛନ୍ତି । ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସେମାନେ ଏହି ଘଟଣାରେ ସମ୍ପୃକ୍ତ ନାହାନ୍ତି ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ,୨୦୦୮ ମେ ୧୬ ତାରିଖରେ ନୋଏଡା ସ୍ଥିତ ଜଳବାୟୁ ବିହାରରେ ନବମ ଶ୍ରେଣୀ ଛାତ୍ରୀ ଆରୂଷୀ ତଲୱାରଙ୍କ ହତ୍ୟା ହୋଇଥିଲା । ଏହାର ଦୁଇ ଦିନ ପରେ ଘର ଛାତ ଉପରୁ ଜଗୁଆଳୀ ହେମରାଜର ମୃତଦେହ ମଧ୍ୟ ମିଳିଥିଲା । ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହି ଘଟଣାରେ ଆରୂଷୀଙ୍କ ବାପା ଡା. ରାଜେଶ ତଲୱାର ଏବଂ ମା’ ନୂପୁର ତଲୱାରଙ୍କୁ ଗିରଫ କରାଯାଇଥିଲା । ଘଟଣାର ସମ୍ବେଦନଶୀଳତାକୁ ଦେଖିବା ପରେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ବିଭିନ୍ନ ପକ୍ଷକୁ ଯାଞ୍ଚ କରିବା ପରେ ସିବିଆଇ ତଲୱାର ଦମ୍ପତ୍ତି ସହ ୪ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସିବିଆଇ ଅଦାଲତ ତଲୱାର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜାୀବନ କାରାଦଣ୍ଡ ଶୁଣାଇଥିଲେ । ତେବେ ଏହି ରାୟ ବିରୋଧରେ ତଲୱାର ଦମ୍ପତି ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ରାଜେଶ ତଲୱାର ଏବଂ ନୂପୁର ତଲୱାରଙ୍କୁ ନିର୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ପରେ ବହୁଚର୍ଚ୍ଚିତ ଆରୂଷୀ-ହେମରାଜ ହତ୍ୟାକାଣ୍ଡ ରହସ୍ୟ ଏବେମଧ୍ୟ ରହସ୍ୟ ହୋଇ ରହିଯାଇଛି । ତେବେ ହାଇକୋର୍ଟଙ୍କ ସବିଶେଷ ରାୟ ଆସିବା ପରେ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଜଣାପଡିବ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ