ଚହଲାରେ ବୁଡି ଭାଇ ଭଉଣୀ ମୃତ

ଚହଲାରେ ବୁଡି ଭାଇ ଭଉଣୀ ମୃତ

| Published On: Oct 12, 2017 12:47 PM IST |   268

ନୂଆପଡା : ଜମିକ୍ଷେତରେ ଥିବା ଏକ ପାଣି ଚହଲାରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହୁଲଭଟା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଦୃଶ୍ୟ । ପ୍ରାପ୍ତସୂଚନା ମୁତାବକ ମହୁଲଭଟା ଗ୍ରାମକ ଉମାଶଙ୍କର ରଣାଙ୍କ ପୁଅ ଦୌଲତ ରଣା(୧୨) ଏବଂ ଝିଅ ତେଜନ ବାଇ ରଣା(୧୫) ଘର ପାଖରେ ଥିବା ଚହଲାକୁ ଶୌ÷÷ଚ ପାଇଁ ଯାଇଥିଲେ । ତେବେ ସେଠାରେ ଭାରସାମ୍ୟ ହରାଇ ଦୌଲତ ତହଲା ପାଣିରେ ପଡି ଯାଇଥିଲେ । ତାକୁ ଉଦ୍ଧାର କରିବା ପାଇଁ ଭଉଣୀ ତେଜନବାଇ ପାଣିକୁ ଡେଇଁ ପଡିଥିଲେ ମଧ୍ୟ ତାକୁ ଉଦ୍ଧାର କରି ପାରିନଥିଲେ ଏବଂ ଦୁଇ ଜଣ ଚହଲା ପାଣିରେ ବୁଡି ଯାଇଥିଲେ ବୋଲି ଅନୁମାନ କରାଯାଉଛି ବୋଲି ସେମାନଙ୍କ ବାପା ଉମାଶଙ୍କର କହିଛନ୍ତି । ତେବେ ସେମାନଙ୍କ ବାପା ମା’ ଘରକୁ ଫେରିବା ପରେ ଦୁଇ ଭାଇ ଭଉଣୀଙ୍କୁ ନ ପାଇ ଆଖପାଖରେ ଖୋଜିଥିଲେ । ଏହାପରେ ଘର ପାଖରେ ନିକଟ କ୍ଷେତରେ ଥିବା ଚହଲା ପାଣିରେ ଦୁଇ ଜଣଙ୍କ ମୃତଦେହ ଦେଖିଥିଲେ ବୋଲି ସେ କହିଛନ୍ତି । ତାପରେ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରି ବାହାରକୁ ଆଣିବା ସହ ପୁଲିସକୁ ଖବର କରିଥିଲେ । ପୁଲିସ ସେଠାରେ ପହଞ୍ଚି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ