ପୁଲିସ ଗାଡି ଉପରକୁ ଗୁଳିମାଡ, ଏଏସ୍ଆଇ ଆହତ

.

Published On: Oct 12, 2017 12:00 PM IST |   272


ଲମତାପୁଟ: ମାଓ ପ୍ରଭାବିତ ଅଞ୍ଚଳ କୋରାପୁଟ ଜିଲାରେ ପୁଲିସ ଉପରକୁ ଗୁଳିମାଡ ହୋଇଛି। ଏଥିରେ ମାଛକୁଣ୍ଡ ଥାନା ଏଏସ୍ଆଇ ପ୍ରଦୀପ ନାୟକ ଗୁରୁତର ଭାବରେ ଆହତ ହୋଇଥିବା ଖବର ମିଳିଛି। ।

 

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ମାଛକୁଣ୍ଡ ଥାନା ଅଧିକାରୀ ବିମଳ କୁମାର ମହଳିଙ୍କ ନେତୃତ୍ଵରେ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ସେମାନଙ୍କ ଉପରକୁ ଅର୍ତକିତ ଭାବରେ ଗୁଳିମାଡ ହୋଇଥିଲା। ପ୍ରଥମେ ମାଓବାଦୀମାନେ ଗୁଳିବର୍ଷଣ କରୁଥିବା ସନ୍ଦେହ କରାଯାଉଥିବା ବେଳେ ପରେ ଗଞ୍ଜେଇ ଚାଲଣକାରୀ ଏଭଳି କରୁଥିବା ଜଣାପଡିଥିଲା । ପୁଲିସ ଗାଡିରେ ୪ଟି ଗୁଳି ବାଜିଥିବା ବେଳେ ଏଏସ୍ଆଇ ପ୍ରଦୀପ ନାୟକଙ୍କ ଡାହାଣ ପଟ ବେକରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଲମତାପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି। ପେଟ୍ରୋଲିଂ ସମୟରେ ମାଛକୁଣ୍ଡ ଥାନା ଅଧିକାରୀ, ଲମତାପୁଟ ଫାଣ୍ଡି ଅଧିକାରୀ, ଜଲାପୁଟ ଫାଣ୍ଡି ଅଧିକାରୀ ସମେତ କନେଷ୍ଟବଳ ଗାଡିରେ ଉପସ୍ଥିତ ଥିଲେ ।

Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।