ରିଲାଏନ୍ସ ‘ଜିଓ’ର ଦିୱାଲି ଧନ୍‌ ଧନା ଧନ୍‌ ଅଫର

ରିଲାଏନ୍ସ ‘ଜିଓ’ର ଦିୱାଲି ଧନ୍‌ ଧନା ଧନ୍‌ ଅଫର

| Published On: Oct 12, 2017 11:51 AM IST |   266

ନୂଆଦିଲ୍ଲୀ : ଲୋକଙ୍କ ଚାହିଦା ଏବଂ ଆବଶ୍ୟକତାକୁ ନଜରରେ ରଖି ରିଲାଏନ୍ସ ଜିଓ କମ୍ପାନୀ ପକ୍ଷରୁ ଦିପାବଳୀ ଅବସରରେ ଏକ ଧମାକାଦାର ଅଫର ଲଞ୍ଚ କରାଯାଇଛି । ୩୯୯ ଟଙ୍କାର ରିଚାର୍ଜ କଲେ ଶତ ପ୍ରତିଶତ ଟଙ୍କା ଫେରସ୍ତ କରିବାକୁ କମ୍ପାନୀ ପକ୍ଷରୁ ଅଫର ଦିଆଯାଇଛି । ଅକ୍ଟୋବର ୧୨ ତାରିଖରୁ ୧୮ ତାରିଖ ମଧ୍ୟରେ ଜିଓ ପାଇଁ ୩୯୯ ଟଙ୍କାର ରିଚାର୍ଜ କଲେ ଗ୍ରାହକଙ୍କୁ ୫୦ ଟଙ୍କା ଲେଖାଏଁ ୮ଟି ଗିଫ୍ଟ ଭାଉଚର ଦିଆଯିବ । ସେମାନେ ସେହି ଭଉଚର ଗୁଡିକୁ ପରବର୍ତ୍ତୀ ରିଚାର୍ଜରେ ବ୍ୟବହାର କରିପାରିବେ । ତେବେ ଥରକୁ ମାତ୍ର ଗୋଟିଏ ଗିଫ୍ଟ ଭାଉଚର ବ୍ୟବହାର କରାଯାଇ ପାରିବ ଏବଂ ଏହା ନଭେମ୍ବର ୧୫ ପରେ ହିଁ ତାକୁ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଗିଫ୍ଟ ଭାଉଚର ଗୁଡିକ ୩୦୯ ଟଙ୍କାର ରିଚାର୍ଜ କିମ୍ବା ୯୧ ଟଙ୍କାର ଡାଟା ଭାଉଚର ରିଚାର୍ଜ ସମୟରେ ବ୍ୟବହୃତ ହୋଇପାରିବ । ଅର୍ଥାତ ନଭେମ୍ବର ୧୫ ତାରିଖ ପରେ କୌଣସି ଗ୍ରାହକ ୩୦୯ ଟଙ୍କାର ଭାଉଚର ରିଚାର୍ଜ କଲେ ତାଙ୍କୁ ଗିଫ୍ଟ ଭାଉଚର ସହ ମାତ୍ର ୨୫୯ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଯେଉଁ ଗ୍ରାହକଙ୍କ ଭାଉଚର ଶେଷ ତାରିଖ ବାକି ରହିଛି ସେମାନେ ମଧ୍ୟ ରିଚାର୍ଜ କରିପେରିବେ ଏବଂ ସେମାନଙ୍କୁ ଭ୍ୟାଲିଡିଟି ତାରିଖ ପରେ ଏହାର ଲାଭ ମିଳିପାରିବ ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର