ଜୟଙ୍କ ବିରୋଧରେ ଅଭିଯୋଗ ଥିଲେ ଯାଞ୍ଚ ହେବା ଆବଶ୍ୟକ: ଦତ୍ତାତ୍ରେୟ ହୋସବୋଲେ

ଜୟଙ୍କ ବିରୋଧରେ ଅଭିଯୋଗ ଥିଲେ ଯାଞ୍ଚ ହେବା ଆବଶ୍ୟକ: ଦତ୍ତାତ୍ରେୟ ହୋସବୋଲେ

Sr. Copy Editor2 | Published On: Oct 12, 2017 11:23 AM IST |   271

ଭୋପାଳ : ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସଏସ) ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ସଙ୍ଘ ସହ କାର୍ଯ୍ୟବାହକ ଦତ୍ତାତ୍ରେୟ ହୋସବୋଲେ କହିଛନ୍ତି ଯଦି ଅମିତ ଶାହାଙ୍କ ପୁତ୍ର ଜୟ ଶାହାଙ୍କ ବିରୋଧରେ ଅଭିଯୋଗ ରହିଛି ତେବେ ଏହାର ଯାଞ୍ଚ ହେବା ଆବଶ୍ୟକ । ଭୋପାଳରେ ଆରଏସଏସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ସେ ଏହା କହିଛନ୍ତି । ସୂଚନାଯୋଗ୍ୟ,ଏକ ୱେବସାଇଟ ମୁତାବକ ଜୟ ଶାହାଙ୍କ କମ୍ପାନୀର ବାର୍ଷିକ କାରବାର ୨୦୧୪-୧୫ରେ ମାତ୍ର ୫୦ ହଜାର ଥିବାବେଳେ ୨୦୧୫-୧୬ରେ ତାହା ୧୬ହଜାର ଗୁଣ ବୃଦ୍ଧି ପାଇ ୮୦ କୋଟିରେ ପହଞ୍ଚିଥିଲା । ଅପରପକ୍ଷେ ଜୟ ଶାହାଙ୍କ ପକ୍ଷରୁ ଏହି ମାମଲାରେ ଏକ ମାନହାନି ମୋକଦ୍ଦମା ଦାୟର କରାଯାଇଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।