୩୩ ଘଣ୍ଟା ପରେ ହଟିଲା ରାସ୍ତାରୋକ

ନବମ ଶ୍ରେଣୀ ଛାତ୍ରୀ ସହ ଗଣଦୁଷ୍କର୍ମ ଘଟଣା

Published On: Oct 12, 2017 11:17 AM IST |   679



କୋରାପୁଟ: ନବମ ଶ୍ରେଣୀ ଛାତ୍ରୀ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ କୁନ୍ଦୁଲିଠାରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଦୀର୍ଘ ୩୨ ଘଣ୍ଟା ପରେ ବୁଧବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ମିଳିଲା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧରୁ ହଟିଥିଲେ । ଏହା ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।

 

ସୂଚନାଯୋଗ୍ୟ, ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟଲୋକ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ପୋଡାଜଳା କରିଥିଲେ । ଘଟଣାସ୍ଥଳରେ ଗତକାଲି କୋରାପୁଟ ଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ସେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ବର୍ତ୍ତମାନ ପୀଡିତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ କୋରାପୁଟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର