ହାଫିଜର ଦଳ ପଞ୍ଜିକରଣ ଆବେଦନ ଅଗ୍ରାହ୍ୟ

ହାଫିଜର ଦଳ ପଞ୍ଜିକରଣ ଆବେଦନ ଅଗ୍ରାହ୍ୟ

Copy Editor RKD | Published On: Oct 12, 2017 01:29 AM IST |   281

ଇସଲାମାବାଦ : ଗୃହବନ୍ଦୀ ଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦ ଗଢିଥିବା ରାଜନୈତିକ ଦଳ ମିଲ୍ଲି ମୁସଲିମ୍‌ ଲିଗ୍‌ (ଏମ୍‌ଏମ୍‌ଏଲ)ର ପଞ୍ଜିକରଣ ଆବେଦନକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରିଦେଇଛନ୍ତି । ରାଜନୈତିକ ଦଳ ଗଠନ ପୂର୍ବକ ପାକିସ୍ତାନ ରାଜନୀତିରେ ପ୍ରତକ୍ଷ୍ୟ ସାମିଲ ଲାଗି ହାଫିଜକୁ ନିର୍ବାଚନ ଆୟୋଗ ଅନୁମତି ଦେଇ ନାହାନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରିପୋର୍ଟ ଆଧାରରେ ଏମଏମ୍‌ଏଲର ପଞ୍ଜିକରଣକୁ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ବୁଧବାର ଅଗ୍ରାହ୍ୟ କରିଛନ୍ତି । ପାକିସ୍ତାନ ସରକାରଙ୍କ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ ଉଦ୍‌ ଦାୱା (ଜେୟୁଡି)ର ପ୍ରତିଷ୍ଠାତା ମୁଖ୍ୟ ହେଉଛି ହାଫିଜ । ହାଫିଜକୁ ଏବେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ଲାଗି ଅନୁମତି ନଦେବାକୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିଥିଲା ।
Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ