ଦକ୍ଷିଣ ଚୀନ ସାଗରରେ ଆମେରିକାର ଯୁଦ୍ଧ ଜାହାଜ

ସାର୍ବଭୌମତ୍ୱକୁ ସମ୍ମାନ ଦେବାକୁ ଚୀନର ନିବେଦନ

Copy Editor | Published On: Oct 12, 2017 01:27 AM IST | Updated On: Oct 12, 2017 01:28 AM IST |   1535

ବେଜିଂ : ଦକ୍ଷିଣ ଚୀନ ସାଗରର ବିବାଦୀୟ ଜଳସୀମା ମଧ୍ୟରେ ଆମେରିକା ଯୁଦ୍ଧ ଜାହାଜର ଉପସ୍ଥିତିକୁ ଚୀନ ଭୟଭୀତ ହୋଇପଡିଛି । ମଙ୍ଗଳବାର ଦକ୍ଷିଣ ଚୀନ ସାଗରରେ ଥିବା ସାନସା ଦ୍ୱୀପ ନିକଟକୁ ଆମେରିକାର ନୌସେନାର କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଯୁଦ୍ଧ ଜାହାଜ ‘ଚାଫି’ ଅନୁପ୍ରବେଶ କରିଥିଲା । ‘ଚାଫି’ର ଅନୁପ୍ରବେଶକୁ ଦେଖି ଚୀନ ଏହାର ବୁଡା ଜାହାଜ ଓ ଯୁଦ୍ଧ ବିମାନକୁ ଏଠାକୁ ପଠାଇଥିଲା । ଆମେରିକାର ଯୁଦ୍ଧଜାହାଜକୁ ଚିହ୍ନଟ କରିବା ପରେ ଏହାକୁ ସ୍ଥାନ ଛାଡି ଚାଲିଯିବାକୁ ଚୀନ ନୌସେନା ନିର୍ଦେଶ ଦେଇଥିଲା । ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିୟାଙ୍ଗ କହିଛନ୍ତି ଯେ ଆମେରିକା ଯୁଦ୍ଧ ଜାହାଜ ଚୀନର ଜଳସୀମା ଲଙ୍ଘନ ପୂର୍ବକ ଆନ୍ତର୍ଜାତିକ ନିୟମକୁ ବେଖାତିର କରିଛି । ଏପରିକି ଏହାର ଚୀନର ସାର୍ବଭୌମତ୍ୱକୁ ଉପେକ୍ଷା କରିଛି । ଆମେରିକା ଆମର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ସମ୍ମାନ ଦେବା ଉଚିତ । ଅନ୍ୟଥା ଚୀନ ନିଜର ସାର୍ବଭୌମତ୍ୱକୁ ସୁରକ୍ଷା ଲାଗି ଶକ୍ତି ପ୍ରୟୋଗ କରିବ ବୋଲି ଚୁନିୟାଙ୍ଗ କହିଛନ୍ତି । ଆମେରିକା ଯୁଦ୍ଧ ଜାହାଜର ଉପସ୍ଥିତିକୁ ଚୀନ ଦୃଢ ବିରୋଧ କରିଥିବା ଚୁନିୟାଙ୍ଗ କହିଛନ୍ତି । ଏହାକୁ ନେଇ ଚୀନ କୂଟନୈତିକସ୍ତରରେ ମଧ୍ୟ ପ୍ରତିବାଦ ଜଣାଇଛି । ଜାନୁଆରୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଆମେରିକା ଯୁଦ୍ଧ ଜାହାଜ ୪ଥର ଦକ୍ଷିଣ ଚୀନ ସାଗରରେ ଚୀନର ଜଳସୀମାକୁ ଅନୁପ୍ରବେଶ କରିଥିବା ବେଜିଂ ଅଭିଯୋଗ କରିଛି । ତେବେ ଆମେରିକା ଏପରି ଅଭିଯୋଗକୁ ସ୍ୱୀକାର କରି ନାହିଁ । ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଦକ୍ଷିଣ ଚୀନ ମୁକ୍ତ ଓ ଅବାଧ ଜାହାଜ ଚଳାଚଳ ପାଇଁ ଯେଉଁସବୁ ଅଭିଯାନ ହୋଇଛି ତାହା ଆନ୍ତର୍ଜାତିକ ନିୟମ ଆଧାରରେ ହୋଇଛି । ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ କି୍ରସ ଲୋଗାନ କହିଛନ୍ତି ‘ଫି୍ରଡମ ଅଫ ନାଭିଗେସନ’ ନାମରେ ହେଉଥିବା ଅଭିଯାନ (ଏଫଓଏନ୍‌ଓପି) ଏକ ନିୟମିତ ପ୍ରକି୍ରୟା । ଅତୀତରେ ଏପରି ଅଭିଯାନ ହେଉଥିଲା ଓ ଭବିଷ୍ୟତରେ ମଧ୍ୟ ଏପରି ଅଭିଯାନ ଜାରି ରହିବ । ଦକ୍ଷିଣ ଚୀନ ସାଗରକୁ ନେଇ ଚୀନ ଆନ୍ତର୍ଜାତିକ ସ୍ତରରେ ବିବାଦ ଛିଡା କରାଇଛି । ଏହି ସାଗର ମଧ୍ୟରେ ଚୀନ କୃତ୍ରିମ ଦ୍ୱୀପ ତିଆରି ପୂର୍ବକ ନିଜର ସାମରିକ ସ୍ଥିତି ଜାହାରି କରିବାକୁ ପ୍ରୟାସ ଚଳାଇଛି । ଦକ୍ଷିଣ ଚୀନ ସାଗରର ଜଳରାଶି ଉପରେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବୁର୍ଣ୍ଣେଇ ଓ ତାଇୱାନ ଭଳି ଦେଶ ନିଜର ଅଧିକାର ଜାହିର କରୁଥିବାବେଳେ ଚୀନ ଏମାନଙ୍କୁ ଚୁପ୍‌ କରି ରଖିଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।