ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

Copy Editor RKD | Published On: Oct 12, 2017 01:11 AM IST |   4336

ଭୁବନେଶ୍ୱର : ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରିଯିବା ପରେ ବର୍ଷା ପ୍ରଭାବ କମିଛି । ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶର କିଛି ଅଞ୍ଚଳରୁ ପ୍ରତ୍ୟାହାର ହୋଇଥିବାବେଳେ ଓଡ଼ିଶା ଉପରେ ଏବେ ବି ମୌସୁମି ବାୟୁ ପ୍ରବାହ ବଳବତ୍ତର ରହିଛି । ସପ୍ତାହେ ପୂର୍ବରୁ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରତ୍ୟାହୃତ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏବେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ମଧ୍ୟପ୍ରଦେଶ ସହିତ ଆଣ୍ଡାମାନ ସାଗରର ଦକ୍ଷିଣ ପୂର୍ବ ଦିଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୩ରୁ ୪ଦିନ ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷ କରି ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ କ୍ଷେତ୍ରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ କି ନା ସେ ବିଷୟରେ ଏ ପର୍ଯ୍ୟନ୍ତ ସଠିକ ସୂଚନା ମିଳିନାହିଁ । ଗତ ୨୪ଘଣ୍ଟା ଭିତରେ ଓଡ଼ିଶାର ଅଳ୍ପ କେତେକ ଅଞ୍ଚଳରେ ବର୍ଷା ହୋଇଛି । ବାରିପଦାରେ ବୁଧବାର ସନ୍ଧ୍ୟା ସୁଦ୍ଧା ସର୍ବାଧିକ ୧୧୬ମିମି ବର୍ଷା ରେକର୍ଡ଼ କରାଯାଇଛି । କୋରାପୁଟରେ ୫୯ ଓ ଫୁଲବାଣୀରେ ୧୯ମିମି ବର୍ଷା ହୋଇଛି । ଏହାଛଡ଼ା କଟକ, ମାଲକାନଗିରି, ଭବାନିପାଟଣା, କେନ୍ଦୁଝରଗଡ଼ ଓ ଅନ୍ୟ କେତେକ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୧୫ତାରିଖ ସୁଦ୍ଧା ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତର ଆଶଙ୍କା ଥିବାରୁ ଏଥିପାଇଁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର