ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ପ୍ରଦର୍ଶନ

ଆନ୍ନାଙ୍କୁ ଆନ୍ଦୋଳନ ନେତୃତ୍ୱ

Copy Editor RKD | Published On: Oct 12, 2017 01:06 AM IST |   112

ନୂଆଦିଲ୍ଲୀ : ଓଡ଼ିଶାରେ କୃଷକଙ୍କ ନ୍ୟାୟ ପାଇଁ ସଂଗ୍ରାମରତ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଯନ୍ତରମନ୍ତର ଠାରେ ଆନେ୍ଦାଳନ କରାଯାଇଛି । ବର୍ଷିୟାନ୍‌ ସମାଜସେବୀ ତଥା ଗାନ୍ଧିବାଦୀ ଆନ୍ନା ହଜାରେଙ୍କ ନେତୃତ୍ୱରେ ଆଗାମୀ ଦିନରେ ଏହି ଆନ୍ଦୋଳନନକୁ ଆଗେଇ ନେବାକୁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନବନିର୍ମାଣ କୃଷକ ସଂଗଠନର ଡାକରାରେ ଓଡ଼ିଶା ସମେତ ୨୨ଟି ରାଜ୍ୟର କୃଷକ ଏହି ଆନେ୍ଦାଳନରେ ଯୋଗ ଦେଇଥିଲେ । ରାଜ୍ୟର କୃଷକଙ୍କ ଉତ୍ପାଦିତ ଶସ୍ୟକୁ ଉଚିତ ମୂଲ୍ୟ ପ୍ରଦାନ(ପ୍ରାଇସ୍‌), କୃଷକଙ୍କୁ ସମ୍ମାନ (ପ୍ରେଷ୍ଟିଜ୍‌) ଓ ଚାଷୀ ସୁରକ୍ଷା ଭତ୍ତା (ପେନ୍‌ସନ୍‌) ପ୍ରଦାନ ସଂଗଠନର ମୌଳିକ ଲକ୍ଷ୍ୟ ବୋଲି ଆନେ୍ଦାଳନରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଦାବି କରିଛନ୍ତି । ୨୦୧୭ରେ ନବନିର୍ମାଣ କୃଷକ ସଂଗଠନର ଦାବିକୁ ଗୁରୁତ୍ୱଦେଇ ରାଜ୍ୟ ସରକାର ଧାନର କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ତେବେ କେନ୍ଦ୍ର ସରକାର ଏଭଳି ପ୍ରସ୍ତାବକୁ ଗୁରୁତ୍ୱ ନ ଦେଇ ଏହାକୁ ଅଣଦେଖା କରିଛନ୍ତି । ଆସନ୍ନ ଅଧିବେଶନରେ କେନ୍ଦ୍ର ସରକାର ଦେଶର କୃଷକଙ୍କ ଉପରୋକ୍ତ ଦାବିକୁ ଗ୍ରହଣକରି ପଦକ୍ଷେପ ନନେଲେ ଜାନୁଆରୀରୁ ଆନ୍ନାଙ୍କ ନେତୃତ୍ୱରେ ରାମଲୀଳା ମୈଦାନରେ ଦେଶର ସମସ୍ତ କୃଷକ ଆନେ୍ଦାଳନକୁ ଓହ୍ଲାଇବାକୁ ବୁଧବାର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପଠାଯାଇଛି । ଏହି ଆନେ୍ଦାଳନରେ ଆନ୍ନା ହଜାରେଙ୍କ ସମେତ ଜଳପୁରୁଷ ରାଜେନ୍ଦ୍ର ସିଂହ, ନବ ନିର୍ମାଣ ସଂଗଠନର ପ୍ରତିଷ୍ଠାତା ତଥା ଜାତୀୟ ଆବାହକ ଅକ୍ଷୟ କୁମାର, ସୌମ୍ୟରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ରବି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସହ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ନିମାଇ ଚରଣ ରାୟ, ହିମାଂଶୁ ତିୱାରୀ, ପ୍ରତାପ ଚୌଧୁରୀ, ହରପାଲ ସିଂହ, ନେକସେସ୍‌ ପୁରସ୍କାର ସମ୍ମାନୀତ ସନ୍ଦିପ ପାଣ୍ଡେ, ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ, ରାକେଶ ରଫିକ୍‌ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର