ଗୁରୁବାର ରାଶିଫଳ

ଗୁରୁବାର ରାଶିଫଳ

Copy Editor | Published On: Oct 12, 2017 12:29 AM IST |   3522

ମେଷ: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇପାରେ । ସର୍ବତ୍ର ବିଜୟ ବାନା ଉଡ଼ାଇ ପାରନ୍ତି । ଗୁରୁଜନମାନଙ୍କ ଠାରୁ ଆଶିଷ ମିଳିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ବୃଷ: ପରିବେଶର ପରିବର୍ତ୍ତନ ଘଟିପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଚିନ୍ତାଧାରା ଉନ୍ନତମାନର ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ମନକୁ ଭାରାକ୍ରାନ୍ତ ନ କରି ଉନ୍ନତି ପଥରେ ଆଗକୁ ବଢ଼ିଲେ ସଫଳ ହେବେ । ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି । ଆଶାବାଦୀ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସର୍ବ ସୁଖ ଲାଭ କରିପାରନ୍ତି । ବିଭିନ୍ନ ସ୍ତରରୁ ଧନଲାଭ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖାଦ୍ୟ ମିଳିବ । କର୍କଟ: ପାରିବାରିକ ଚିନ୍ତାରେ ବିବ୍ରତ ହୋଇପାରନ୍ତି । ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି । ଭ୍ରମଣ ଜନିତ ସୁଖ ମିଳିପାରେ । ମିଠା କଥା କହି ଲୋକଙ୍କୁ ଭୁଲାଇ ପାରନ୍ତି । ଅତ୍ୟାବଶ୍ୟକ କାର୍ଯ୍ୟରେ ଅବହେଳା କରି ସମାଲୋଚିତ ହେବେ । ସିଂହ: କାର୍ଯ୍ୟକ୍ଷେତ୍ରରେ ବାଧା ବିଘ୍ନ ଏଡ଼ାଇ ଆଗକୁ ବଢ଼ି ଚାଲିବେ । ଆୟ ଆଶାନୁରୂପ ହୋଇପାରେ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କ୍ଷେତ୍ରରେ ଉଭାହେବେ । ସୁଖ ସନ୍ତୋଷ ଲାଭ କରିବେ । ଲୋକ ସଂପର୍କ ଅଧିକତର ହେବ । କନ୍ୟା: ପରିସ୍ଥିତି ଅନୁକୂଳ ରହିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । କୀର୍ତ୍ତିମାନ୍‌ ହୋଇପାରନ୍ତି । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ତୁଳା: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଗଠନମୂଳକ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବିଛା: ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି । ଶାରୀରିକ କ୍ଲେଶ ଅନୁଭବ କରିବେ । ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି । ଶତ୍ରୁନାଶ କରି ଧନଭୋଗ କରିବେ । ଐଶ୍ୱର୍ଯ୍ୟ ମିଳି ପାରେ । ତେଜୀୟାନ୍‌ ହେବେ । ବାହୁରେ ପୀଡ଼ା ଉପୁଜି ପାରେ । ଧନୁ: ଦେବ ଦର୍ଶନର ସୁଯୋଗ ମିଳିବ । ମନ ଆନନ୍ଦଦାୟକ ହେବ । ପ୍ରୀତି ଲାଭ କରି ପାରନ୍ତି । ଶାନ୍ତି ସନ୍ତୋଷ ଲାଭ କରିବେ । ହସ ଖୁସିରେ ଦିନଟି ଅତିବାହିତ ହେବ । ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ମକର: କାର୍ଯ୍ୟ ସଫଳ ହେବ । ଈର୍ଷା ପରିତ୍ୟାଗ କଲେ ଜନାଦୃତ ହେବେ । ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ନୂତନ ଯୋଜନାର ପ୍ରସ୍ତୁତିରେ ସମୟ ଅତିବାହିତ କରିବେ । ପାରିବାରିକ ଶାନ୍ତି, ସନ୍ତୋଷ ଅବ୍ୟାହତ ରହିବ । କୁମ୍ଭ: କର୍ମ ଚଞ୍ଚଳ ରହିପାରନ୍ତି । ନୂଆ ଧରଣର କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ମଧ୍ୟମ ଧରଣର ସଫଳତା ମିଳିବ । ଆଶା କରୁ ନ ଥିବା ଅର୍ଥ ହଠାତ୍‌ ମିଳିପାରେ । ମହିଳା ଆସନ୍ନ ପ୍ରସବା ଥିଲେ ଚଞ୍ଚଳ ପ୍ରକୃତିର କନ୍ୟା ଜାତ ହେବ । ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । କୃଷି କର୍ମରେ ତତ୍ପର ହେବେ । ଦାନଶୀଳ ହୋଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । କାର୍ଯ୍ୟରେ ଉସôାହ ବୃଦ୍ଧି ପାଇବ । ଅର୍ଥ ଲାଭର ସୂଚନା ମିଳୁଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।