ଆନ୍ତର୍ଜାତିକ ମହାକାଶ ସପ୍ତାହରେ ‘ଭିଏସଏଲଭି’କୁ ପ୍ରଥମ ପୁରସ୍କାର

ଆନ୍ତର୍ଜାତିକ ମହାକାଶ ସପ୍ତାହରେ ‘ଭିଏସଏଲଭି’କୁ ପ୍ରଥମ ପୁରସ୍କାର

| Published On: Oct 11, 2017 10:55 PM IST |   139

ସମ୍ବଲପୁର : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଆୟୋଜିତ ବିଶ୍ୱ ମହାକାଶ ସପ୍ତାହ ପାଳନ ଅବସରରେ ଆୟୋଜିତ ମହାକାଶ ବିଦ୍ୟା ପ୍ରଦର୍ଶନ (ସ୍ପେସ୍‌ ଏକ୍ସପୋ ଇଭେଣ୍ଟ)ରେ ଭାଗ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ଛାତ୍ରମାନେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ଆୟୋଜିତ ଉତ୍ସବରେ ଇସ୍ରୋ ଏସଭିଏବିର ସହକାରୀ ପ୍ରକଳ୍ପ ନିର୍ଦେଶକ ଜି.ରମେଶ ବାବୁ, ଆନ୍ଧ୍ରପ୍ରଦେଶର ବିଜ୍ଞାନ ଓ ପରିବେଶ ମନ୍ତ୍ରୀ ସିଦ୍ଧ ରାଘବରାଓ ଏହି ପୁରସ୍କାର ପ୍ରଦାନ କରିଥିଲେ । ଭିସୁଟ ଆଇଡିଆ କ୍ଲବର ୨୦ଜଣ ସଦସ୍ୟ ବୋଧିସତ୍ତ୍ୱ ସଂଘପ୍ରିୟଙ୍କ ନେତୃତ୍ୱରେ ଏକ ସାଟେଲାଇଟ ନିର୍ମାଣ କରିଛନ୍ତି ଯାହାର ନାମ ଦେଇଛନ୍ତି ‘ଭିଏସଏଲଭି’ । ହୀରାକୁଦ ନଦୀବନ୍ଧର ପଟୁ ମାଟି ମାପିବା ଲକ୍ଷ୍ୟ ନେଇ ଛାତ୍ରମାନେ ଏହାର ନିର୍ମାଣ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ ପ୍ରଥମ ୧କିଲୋମିଟର ଊଦ୍ଧ୍ୱର୍କୁ କ୍ଷେପଣ କରିବା ପରେ ପର୍ଯ୍ୟାୟ କ୍ରମେ ଏହାର ବିକଶିତ କରି ୧୦କିଲୋମିଟର ଉପରକୁ କ୍ଷେପଣ କରିବାରେ ସଫଳ ହୋଇଛି । ଆଗାମୀ ଦିନରେ ୪୦କିଲୋମିଟର ଉଦ୍ଧ୍ୱର୍କୁ ପ୍ରେରଣ କରି ଏହାକୁ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି । ଆଉ ମଧ୍ୟ ଏହି ମିସାଇଲ ଅନ୍ୟ କାମରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି । ଛାତ୍ରମାନେ ଏହି ପ୍ରକଳ୍ପ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଥିବା ବେଳେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିମ୍‌ର ୨୦ଜଣ ସଦସ୍ୟଙ୍କୁ ସମ୍ମାନିତ କରିଥିଲେ । ଛାତ୍ରମାନେ ଏହି ସଫଳତା ପାଇଁ ଭିସୁଟ କୁଳପତି ପ୍ରଫେସର ଇ.ସାଇବାବା ରେଡ୍ଡି, ପ୍ରଫେସର ଦେବୀଦତ୍ତ ମିଶ୍ର,ପ୍ରଫେସର ପିକେ ପ୍ରଧାନ,ଡ.ସଞ୍ଜୟ ଅଗ୍ରୱାଲ, ଡ.ପି.କେ କର, ବନ୍ଧନ ଭୋଇ ପ୍ରମୁଖଙ୍କୁ ଶ୍ରେୟ ଦେଇଛନ୍ତି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର