ଗୃହବନ୍ଦୀରୁ ମୁକ୍ତ ହେବ ହାଫିଜ ସଇଦ

ଗୃହବନ୍ଦୀରୁ ମୁକ୍ତ ହେବ ହାଫିଜ ସଇଦ

Copy Editor RKD | Published On: Oct 11, 2017 10:54 PM IST | Updated On: Oct 11, 2017 10:54 PM IST |   106

ଲାହୋର : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜମାତ ଉଦ୍‌ ଦାୱା (ଜେୟୁଡି)ର ମୁଖ୍ୟ ହାଫିଜ ସଇଦ ଖୁବଶୀଘ୍ର ଗୃହବନ୍ଦୀରୁ ମୁକ୍ତ ହେବାକୁ ଯାଉଛି । ହାଫିଜକୁ ଗୃହବନ୍ଦୀ କରି ରଖିବା ପାଇଁ ପାକିସ୍ତାନ ପଞ୍ଜାବ ପ୍ରଦେଶ ସରକାର ଲାହୋର ହାଇକୋର୍ଟଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରିପାରି ନାହାନ୍ତି । ହାଫିଜ ବିରୋଧରେ ଆବଶ୍ୟକ ପ୍ରମାଣ ଓ ଦସ୍ତାବିଜ ସହ ଆଭ୍ୟନ୍ତରୀଣ ବ୍ୟାପାର ସଚିବ ହାଇକୋର୍ଟରେ ଉପସ୍ଥିତ ହେବାରେ ବିଫଳ ହୋଇଛନ୍ତି । ଯାହା ପ୍ରମାଣିତ କରୁଛି ଯେ ସରକାରଙ୍କ ପାଖରେ ପ୍ରମାଣ ନାହିଁ । ତେଣୁ ପ୍ରମାଣ ଅଭାବରୁ ତାକୁ ମୁକ୍ତ କରାଯିବ ବୋଲି ହାଇକୋର୍ଟ ବିଚାରପତି ଅଲି ଆକବର ନକଭି କହିଛନ୍ତି । ବିଚାରପତି ନକଭି କହିଛନ୍ତି ସରକାର ଏକପାଖିଆ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଗତ ଜାନୁଆରୀ ୩୧ରୁ ହାଫିଜକୁ ପାକିସ୍ତାନ ସରକାର ଗୃହବନ୍ଦୀ କରି ରଖିଛନ୍ତି । ହାଫିଜ ସହିତ ତାର ୪ଜଣ ସହଯୋଗୀ ଅବଦୁଲ୍ଲା ଉବେଦ, ମାଲିକ ଜାଫର ଇକବାଲ, ଅବଦୁଲ ରେହମାନ ଆବିଦ ଓ କ୍ୱାଜି କାସିଫ ହୁସେନଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖାଯାଇଛି ।
Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ