ସ୍ୱାଭାବିକ ହେଲା ବାଣୀବିହାର

ସ୍ୱାଭାବିକ ଭାବେ ପାଠପଢ଼ା ଆରମ୍ଭ

Copy Editor | Published On: Oct 11, 2017 10:32 PM IST | Updated On: Oct 11, 2017 10:33 PM IST |   71

ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟରେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି । ବୁଧିବାର କ୍ୟାମ୍ପସରେ କୌଣସି ପ୍ରକାର ଉତ୍ତେଜନା ଦେଖିବାକୁ ମିଳିନାହିଁ । ବିଭିନ୍ନ ବିଭାଗରେ ସ୍ୱାଭାବିକ ଭାବେ ପାଠପଢ଼ା ଆରମ୍ଭ ହୋଇଛି । ଅପରପକ୍ଷରେ ବାଣୀବିହାର ସ୍ଥିତି ସମ୍ପର୍କରେ ପିଜି କାଉନ୍‌ସିଲ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ଭାରପ୍ରାପ୍ତ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା କହିଛନ୍ତି । ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ମିଡ୍‌ ସେମିଷ୍ଟାର ପରୀକ୍ଷା ବାତିଲ କରାଯାଇଥିଲା । ସବୁ ପିଜି ଡିପାର୍ଟମେଣ୍ଟ ସେମାନଙ୍କ ମିଡ୍‌ ସେମିଷ୍ଟାର ପରୀକ୍ଷା ଅକ୍ଟୋବର ୨୫ସୁଦ୍ଧା ସାରିବାକୁ ନିର୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କ୍ୟାମ୍ପସ ଭିତରକୁ ଯିବାଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷାକର୍ମୀ ଯାଞ୍ଚ କରୁଛନ୍ତି । ନିଜର ପରିଚୟପତ୍ର ଦେଖାଇ କ୍ୟାମ୍ପସ ଭିତରକୁ ଯିବାଆସିବା ପାଇଁ ନିର୍ଦେଶ ଜାରି କରାଯାଇଛି ବୋଲି ପ୍ରଫେସର ବାସା କହିଛନ୍ତି । ବାଣୀବିହାରରେ ପୁନଃ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଇନଗତ ପରାମର୍ଶ, କୁଳାଧିପତି, ଉଚ୍ଚଶିକ୍ଷା ବିଭାଗ ଓ କମିଶନରେଟ୍‌ ପୁଲିସର ଅନୁମତିକୁ ଅପେକ୍ଷା କରାଯାଇଛି । ଅନୁମତି ମିଳିବା ପରେ ଛାତ୍ର ପ୍ରତିନିଧିମାନେ ଦେଇଥିବା ସର୍ତ୍ତପୂରଣ ଉପରେ ପିଜି କାଉନ୍‌ସିଲ୍‌ ବୈଠକରେ ଆଲୋଚନା ହେବ ଏବଂ ବାଣୀବିହାରରେ ପୁନଃନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । ଏହାପରେ ବିଜ୍ଞପ୍ତି ପ୍ରକାଶ କରାଯାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ କୁମାର ପରିଡ଼ା ପ୍ରକାଶ କରିଛନ୍ତି । କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଗାନ୍ଧିଗିରି ବିଶ୍ୱବିଦ୍ୟାଳୟ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପରେ ଢେର୍‌ ପ୍ରଭାବ ପକାଇଛି । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ଓ ଶୈକ୍ଷିକ ବାତାବରଣ ବଜାୟ ରହୁ ବୋଲି ଛାତ୍ରନେତାମାନେ ପ୍ରକାଶ କରିଛନ୍ତି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି