ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ କେଶବ ଆହତ

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ କେଶବ ଆହତ

Copy Editor AH | Published On: Oct 11, 2017 08:26 PM IST | Updated On: Oct 11, 2017 08:48 PM IST |   202

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ପୁଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ବୁଧବାର ସଂଧ୍ୟାରେ ଜାତୀୟ ରାଜପଥ କଡରେ ଥିବା ଓମ୍ ସାଇ ହଷ୍ଟେଲ ନିକଟରେ ଚଢ଼ାଉ କରି ପୁଲିସ ଏନ୍‌କାଉଣ୍ଟର କରିଥିଲା । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ କେଶବ କୁନ୍ଦ ଓରଫ ଥେସା କାଳିଆ ଆହତ ହୋଇଥିବା ଜଣାପଡ଼ିଛି । କାଳିଆକୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖଇରାଗୁଡ଼ା ଗ୍ରାମରେ କାଳିଆର ଘର । ତା’ ବାମ ଗୋଡରେ ଗୁଳି ବାଜିଛି । ପୁଲିସ କାଳିଆ ଠାରୁ ୩ ଟି ଜୀବନ୍ତ ଗୁଳି ଜବତ କରିଛି। ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ଥେସା କାଳିଆ ନାମରେ ୧୫ରୁ ଅଧିକ ମାମଲା ରହିଛି । କାଳିଆ ନାମରେ ଡକାୟତି, ଚୋରି, ହତ୍ୟା, ରାହାଜାନୀ ଆଦି ମାମଲା ରହିଛି । ସେ କୁରେଶ ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଏନ୍‌କାଉଣ୍ଟରରେ ସମୟରେ ବୈଦ୍ୟନାଥପୁର ଥାନା ଏସ୍‌ଆଇ ଦୀପ୍ତି ରଞ୍ଜନ ପ୍ରଧାନ ଆହତ ହୋଇଛନ୍ତି ବୋଲି ଟାଉନ ଏସଡିପିଓ ସାନ୍ତନୁ ଦାଶ ସୂଚନା ଦେଇଛନ୍ତି।
Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ