ଅନୁପମ ଖେର ଏଫଟିଆଇଆଇର ନୂତନ ଅଧ୍ୟକ୍ଷ

ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ ନିଯୁକ୍ତି

Copy Editor AH | Published On: Oct 11, 2017 06:21 PM IST | Updated On: Oct 11, 2017 06:23 PM IST |   1005

ପୁଣେ : ପ୍ରଖ୍ୟାତ ଅଭିନେତା ତଥା ନିର୍ଦେଶକ ଅନୁପମ ଖେରଙ୍କୁ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫ ଜୁନରେ ଗଜେନ୍ଦ୍ରଙ୍କୁ ଏଫଟିଆଇଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ତାଙ୍କ ନିଯୁକ୍ତିକୁ ନେଇ ଏଫଟିଆଇଆଇରେ ଅସନ୍ତୋଷ ଦେଖାଦେଇଥିଲା । ଅନୁପମ ଖେରଙ୍କୁ ନିଯୁକ୍ତି ଦିଆଯିବା ପରେ ଗଜେନ୍ଦ୍ର ଚୌହାନ କହିଛନ୍ତି ଯେ ତାଙ୍କୁ ବାହାର କରି ଦିଆଯାଇ ନାହିଁ ବରଂ ଗତ ସାତ ମାସ ହେବ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। ଜଣେ ବଳିଷ୍ଠ ଅଭିନେତା ଭାବେ ପରିଚିତ ଅନୁପମ ଖେର ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବା ସହିତ ଶ୍ରେଷ୍ଠ କମେଡିଆନ ଭାବେ ୫ଟି ଫିଲ୍ମଫେୟାର ପୁରସ୍କାର ଜିତି ସାରିଛନ୍ତି। ଏହା ସହ ସେ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କାର ମଧ୍ୟ ପାଇଛନ୍ତି। ଭାରତୀୟ ଚଳଚ୍ଚିତ୍ର ଜଗତକୁ ଯୋଗଦାନକୁ ପାଇଁ ୨୦୦୪ ମସିହାରେ ପଦ୍ମଶ୍ରୀ ଏବଂ ୨୦୧୬ ମସିହାରେ କଳା କ୍ଷେତ୍ରରେ ଯୋଗଦାନକୁ ନେଇ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର