ଓଡିଆ ନ ଜାଣି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ଲଜ୍ଜାର ବିଷୟ : ବୈଷ୍ଣବ

ଓଡିଆ ନ ଜାଣି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ଲଜ୍ଜାର ବିଷୟ : ବୈଷ୍ଣବ

Sr. Copy Editor2 | Published On: Oct 10, 2017 03:17 PM IST | Updated On: Oct 10, 2017 04:32 PM IST |   550

ସମ୍ବଲପୁର : ଭାଷା ଆନେ୍ଦାଳନ ପରିପ୍ରେକ୍ଷୀରେ ସମ୍ବଲପୁର ଗସ୍ତରେ ଥିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡା ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଓଡିଆ ଜାଣିନଥିବା କିମ୍ବା ଓଡିଆ ଭାଷା ଜ୍ଞାନ ନଥିବା ବ୍ୟକ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେବର୍ଷ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଓଡିଆ ଭାଷା ନ ଜାଣିବା ଲଜ୍ଜାର ବିଷୟ ଅଟେ ବୋଲି ମଧ୍ୟ ସେ କହିଥିଲେ । ଓଡିଆ ଭାଷା ସୁରକ୍ଷା ଆନେ୍ଦାଳନକୁ ବ୍ୟାପ୍ତ କରିବାକୁ ସମ୍ବଲପୁର ଆସିଥିବା ଭାଷା ସୁରକ୍ଷା ସମ୍ମିଳନୀ ଆବାହକ ବୈଷ୍ଣବ ପରିଡା ଆହୁରି ମଧ୍ୟ କହିଥିଲେ ଯେ,ପୂର୍ବରୁ ତଥା ଇତିହାସ ସମୟରୁ ଓଡିଶାରେ ସମସ୍ତ ସରକାରୀ କାର୍ଯ୍ୟ କିମ୍ବା କଥୋପକଥନ ଓଡିଆ ଭାଷାରେ ହେଉଥିବା ବେଳେ ବର୍ତ୍ତମାନ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏପରିକି ସାଧାରଣଲୋକ ମଧ୍ୟ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଶୁଦ୍ଧ ଓଡିଆ ଭାଷା ବଦଳରେ ମିଶ୍ରିତ ଭାଷା ବ୍ୟବହାର କରୁଛନ୍ତି । ସରକାରୀ କାର୍ଯ୍ୟରେ ତଥା ବିଧାନସଭାରେ ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି । ତେବେ ଓଡିଆ ଭାଷାର ବହୁଳ ବ୍ୟବହାର ଏବଂ ସୁରକ୍ଷା ଦାବିରେ ଆସନ୍ତା ୧୬ ତାରିଖରେ ସାରା ରାଜ୍ୟରେ ଆଇନ ଅମାନ୍ୟ ଆନେ୍ଦାଳନ କରାଯିବ ବୋଲି ବୈଷ୍ଣବ ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହି ଅବସରରେ ସିପିଆଇ ନେତା ଅଶୋକ ବିଶି, ପିସିସି ସମ୍ପାଦକ ଜୟଶଙ୍କର ମିଶ୍ର, ଡ.ରମାବଲ୍ଲଭ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୈଷ୍ଣବଙ୍କ କଟାକ୍ଷର ଜବାବ ଦେଇଛନ୍ତି ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ସେ କହିଛନ୍ତି ବୟସାଧିକ୍ୟ କାରଣରୁ ବୈଷ୍ଣବଙ୍କ ମତିଭ୍ରମ ହୋଇଛି ଏବଂ ଏହା ତାଙ୍କକ ସମ୍ପୂର୍ଣ୍ଣ ନିଜସ୍ୱ ମତ ଅଟେ । ମୁଖ୍ୟମନ୍ତ୍ରୀ ଓଡିଆ ଭଲ ଭାବରେ ବୁଝି ପାରୁଥିବା ବେଳେ କହି ମଧ୍ୟ ପାରନ୍ତି ବୋଲି ରାସେଶ୍ୱରୀ କହିଛନ୍ତି । ଓଡିଶାବାସୀଙ୍କ ସମର୍ଥନ ନବୀନ ପଟ୍ଟନାୟକଙ୍କ ସହ ରହିଛି ବୋଲି ସେ କହିଥିଲେ । ସେହିଭଳି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଥିଲେ ବିଜେଡିର ଜଣେ ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ସ୍ୱାଗତଯୋଗ୍ୟ ଅଟେ । ବିଜେଡି ଦଳୀୟ ନେତା ମାନେ ମଧ୍ୟ ଭାଷା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଏକ ପରିବର୍ତ୍ତନର ଆଭାସ ବୋଲି ସେ କହିଥିଲେ । ତେବେ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯିବା ପ୍ରସଙ୍ଗରେ ବୈଷ୍ଣବ କହିଥିଲେ ଏଥିପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ରହିଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।