ମଧୁ ବଲ୍ଲୀ ହେଲେ ବିଶ୍ୱବ୍ୟାପୀ ଭାରତ ସୁନ୍ଦରୀ

ମଧୁ ବଲ୍ଲୀ ହେଲେ ବିଶ୍ୱବ୍ୟାପୀ ଭାରତ ସୁନ୍ଦରୀ

| Published On: Oct 10, 2017 01:08 PM IST |   1771

ନୂଆଦିଲ୍ଲୀ : ଉଦୀୟମାନ ହିପ୍‌-ହପ୍‌ କଳାକାର ତଥା ଭର୍ଜିନିଆରେ ଆଇନ ଶିକ୍ଷା ଲାଭ କରୁଥିବା ମୂଳତଃ ୨୦ ବର୍ଷୀୟ ଭାରତୀୟ ସୁନ୍ଦରୀ ମଧୁ ବଲ୍ଲୀ ବିଶ୍ୱବ୍ୟାପୀ ଭାରତ ସୁନ୍ଦରୀ ଟାଇଟଲ ହାସଲ କରିଛନ୍ତି । ରବିବାର ନ୍ୟୁଜର୍ସିରେ ହୋଇଥିବା ଏହି ସୁନ୍ଦରୀ ପ୍ରତିଯୋଗିତାରେ ସେ ବିଜୟୀ ହୋଇଥିବା ବେଳେ ଫ୍ରାନ୍ସର ଷ୍ଟେଫନି ମେଡୱନେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଏନାର ସଙ୍ଗୀତା ବାହାଦୁର ତୃତୀୟ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ଭାରତୀୟ ସୁନ୍ଦରୀ ଏଥିରେ ଭାଗ ନେଇଥିବା ବେଳେ ଏହା ଚଳିତ ବର୍ଷ ୨୬ ବର୍ଷରେ ପାଦ ଦେଇଛି । ତେବେ ଟାଇଟଲ ହାସଲ କରିବା ପରେ ମଧୁ କହିଛନ୍ତି ସେ ଭାରତ ଏବଂ ଆମେରିକାକୁ ଭଲ ପାଆନ୍ତି ଏବଂ ବଲିଉଡ-ହଲିଉଡ ମଧ୍ୟରେ ଉତ୍ତମ ସଂଯୋଗ ସ୍ଥାପନ ହେବା ଉଚିତ ବୋଲି ତାଙ୍କର ଇଚ୍ଛା ରହିଛି ବୋଲି ମଧୁ କହିଛନ୍ତି । ସୂଚନାଯୋଗ୍ୟ,ଟାଇଟଲ ଜିତିବାର ଗୋଟିଏ ଦିନ ପୂର୍ବରୁ ହିଁ ମଧୁଙ୍କ ଏକ ନୂଆ ଆଲବମ୍‌ ମୁକ୍ତିଲାଭ କରିଥିଲା । ସେ ପିଲାଟି ଦିନରୁ ଗାୟିକା ହେବାକୁ ଲକ୍ଷ୍ୟ ରଖିଥିଲେ ଏବଂ ୮ ବର୍ଷ ବୟସରୁ ହିଁ ଏଥିପାଇଁ ପ୍ରଶିକ୍ଷଣ ନେଉଛନ୍ତି ବୋଲି ସେ କହିଛନ୍ତି ।
Tags:

Like Us

Breaking News

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂହ ଭାଇଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଚାନ୍ଦବାଲି: ଧାମରା ବନ୍ଦରର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ କଟକ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଅନୁଗୁଳ: ଅନୁଗୁଳ ଥାନା ମୁଶାପାପୁଲି ନିକଟରେ ଆଜି ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟି ୨ ମୃତ