ପେଟ୍ରୋଲ ଦର ହ୍ରାସ କଲେ ଗୁଜୁରାଟ,ମହରାଷ୍ଟ୍ର ସରକାର

ପେଟ୍ରୋଲ ଦର ହ୍ରାସ କଲେ ଗୁଜୁରାଟ,ମହରାଷ୍ଟ୍ର ସରକାର

| Published On: Oct 10, 2017 12:11 PM IST | Updated On: Oct 10, 2017 03:40 PM IST |   384

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ଉଦ୍ୟମ କରୁଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଏହାପରେ ରାଜ୍ୟ ସରକାର ମାନେ ମଧ୍ୟ ଭାଟ୍‌ ହ୍ରାସ କରିବାକୁ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ଉପରେ ବିତାର କରିବା ପରେ ଗୁଜୁରାଟ ସରକାର ପେଟ୍ରୋଲିଅମ ଉପରୁ ୪ ପ୍ରତିଶତ ଭାଟ୍‌ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହି ଘୋଷଣା କରିଥିଲେ । ଏହାପରେ ଗୁଜୁରାଟରେ ପେଟ୍ରୋଲ ଦର ଲିଟର ପିଛା ୨.୯୩ ଟଙ୍କା ହ୍ରାସ ପାଇ ୬୭.୦୩ ଟଙ୍କା ରହିଛି । ସେହିଭଳି ଡିଜେଲ ଦର ୨.୭୩ ଟଙ୍କା ହ୍ରାସ ପାଇବା ସହ ଲିଟର ପିଛା ୬୦.୭୭ ଟଙ୍କା ହୋଇଛି । ମଙ୍ଗଳବାର ମଧ୍ୟରାତ୍ରରୁ ଗୁଜୁରାଟରେ ଏହି ପରିବର୍ତ୍ତିତ ଦର ଲାଗୁ ହେବ ବୋଲି କୁହାଯାଇଛି । ସେହିଭଳି ମହାରାଷ୍ଟ୍ର ସରକାର ମଧ୍ୟ ପେଟ୍ରୋଲିଅମ ଉପରୁ ଭାଟ୍‌ କମାଇବାକୁ ଘୋଷଣା କରିଛନ୍ତି । ଏହାସହ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ଏବଂ ଡିଜେଲ ୧ ଟଙ୍କା ଶସ୍ତା ହୋଇଛି ।
Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର