୨୦ରୁ ପୁରୀରେ ଅନ୍ତର୍ଜାତୀୟ ଗୋ ନବରାତ୍ର ମହୋତ୍ସବ

୨୦ରୁ ପୁରୀରେ ଅନ୍ତର୍ଜାତୀୟ ଗୋ ନବରାତ୍ର ମହୋତ୍ସବ

Copy Editor | Published On: Oct 10, 2017 05:51 AM IST |   155

ଭୁବନେଶ୍ୱର : ଦେଶର ନାଗରିକଙ୍କ ମଧ୍ୟରେ ଗୋମାତା ପ୍ରତି ସଚେତନା ସୃଷ୍ଟି ଏବଂ ବିଶ୍ୱରେ ଗୋମାତାର ପ୍ରଚାର ପ୍ରସାର ପାଇଁ ଅନ୍ତର୍ଜାତୀୟ ଗୋ ନବରାତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ପ୍ରଥମ ଥର ପାଇଁ ପୁରୀଠାରେ ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ଏହି ମହୋତ୍ସବ ପାଳିତ ହେବାକୁ ଯାଉଛି । ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀସ୍ଥିତ କ୍ରିୟାଯୋଗ ଆଧ୍ୟାତ୍ମିକ ମୁଖ୍ୟ ଗୁରୁ ପ୍ରଜ୍ଞାନାନନ୍ଦ ମହାରାଜ ଗୁରୁଜୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ଏବଂ ବେଆଇନ ହତ୍ୟା ରୋକିବା ଏହି ମହୋତ୍ସବର ଉଦେ୍ଦଶ୍ୟ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ଉଦ୍‌ଘାଟନ କରିବେ । ଏହି ଗୋମାତା ନବରାତ୍ର ମହୋତ୍ସବରେ ଦେଶ ବିଦେଶରୁ ହଜାରେରୁ ଊଦ୍ଧ୍ୱର୍ ସାଧୁସନ୍ଥ ଯୋଗଦେବେ । ଏହି ୯ ଦିନର ମଧ୍ୟରେ ଲୋକଙ୍କୁ ଗୋମାତାର ମହତ୍ତ୍ୱ ବିଷୟରେ ଅବଗତ କରାଯିବା ସହ ଗୋ ଭାଗବତ କଥା କାର୍ଯ୍ୟକ୍ରମ ରହିଛି । ଏହା ସହିତ ୫ ପ୍ରକାର ଯଜ୍ଞ ତଥା ସୁରଭି ମହାମନ୍ତ୍ର ସାମୂହିକ ଯଜ୍ଞ, ସୁରଭି ଘୃତ ଯଜ୍ଞ, ନାମ ଯଜ୍ଞ , ଜ୍ଞାନ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଆୟୋଜିତ ହେବ । ଏହା ପୂର୍ବରୁ ବୃନ୍ଦାବନ ଏବଂ ପାଠମେଡ଼ା ଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁଜୀ କହିଛନ୍ତି ଯେ ୯ ଦିନ ଧରି ଗୋମାତାଙ୍କ ମହିମା ବିକ୍ଷୟରେ ଲୋକଙ୍କୁ ଅବଗତ କରିବା ପାଇଁ କର୍ମଶାଳା ଅନୁଷ୍ଠିତ ହେବ, ଯେଉଁଠାରେ ବିଶିଷ୍ଟ ବୈଜ୍ଞାନିକମାନେ ଗୋରୁଗାଈଙ୍କୁ ହେଉଥିବା ମୁଖ୍ୟ ରୋଗ ଓ ଏହାର ଚିକିତ୍ସା, ଗୋମାଂସ ଭକ୍ଷଣର ଅପକାରିତା ତଥା ଗୋଶାଳା, ଗୋପୂଜନ, ଆରତି ସମ୍ପର୍କରେ ଆଲୋଚନା କରାଯିବ ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।