ମଙ୍ଗଳବାର ରାଶିଫଳ

ମଙ୍ଗଳବାର ରାଶିଫଳ

Copy Editor | Published On: Oct 10, 2017 12:53 AM IST |   2996

ମେଷ: ଯାତ୍ରାଦିରେ ଆଗ୍ରହୀ ହେବେ । ବିନା ସାହାଯ୍ୟରେ କିଛି କରିବା ସମ୍ଭବପର ନୁହେଁ । ସେବା ଭାବନା ମନରେ ଜାଗ୍ରତ ହେବ । ଭବ୍ୟ ସମ୍ବର୍ଦ୍ଧନା ମିଳିବା ଚିନ୍ତିତ ହୋଇପାରନ୍ତି । ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ବୃଷ: ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଉତ୍ତମ ଭୋଜନ ମିଳିବ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ସରକାରୀ ଲାଭ ମିଳିବ । ମିଥୁନ: ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ଆୟ ବୃଦ୍ଧି ହେଉଥିବା ବେଳେ; ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଆଶାବାଦୀ ହେବେ । ଶୁଣା କଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ ବାଟ ଚାଲିବାକୁ ପଡ଼ିବ । ସର୍ବସୁଖ ପାଇ ଖୁସି ହେବେ । କର୍କଟ: ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ବ୍ୟବସାୟ ଲାଭଜନକ ହେବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସରକାରୀ ସ୍ତରରୁ ସମ୍ମାନର ସହ ଅର୍ଥ ପ୍ରାପ୍ତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ସିଂହ: ଶ୍ରମ ସାର୍ଥକ ହୋଇପାରେ । ଧନବୃଦ୍ଧି ହେବାର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟରେ ଅଧିକ ଧନଲାଭ ହେବ । ସଭା-ସମିତିରେ ଯୋଗଦେଇ ପ୍ରଶଂସାର ପାତ୍ର ହେବେ । ଯଶ ଅର୍ଜନ କରିବେ । କନ୍ୟା: ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ସତ୍‌ସଙ୍ଗରେ ଯୋଗଦେଇ ସନ୍ତୋଷ ବ୍ୟକ୍ତ କରିବେ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ବନ୍ଧୁ ସୁଖ ମିଳିବ । ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ତୁଳା: ମାନସିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିପାରନ୍ତି । କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ଅନୁତପ୍ତ ହୋଇପାରନ୍ତି । ଶାରୀରିକ ପୀଡ଼ା ଦେଖା ଦେଇପାରେ । ବ୍ୟବସାୟ ଲାଭ ଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ । ବିଛା: ପ୍ରତିଦ୍ୱନ୍ଦ୍ୱିତାରେ କୃତକାର୍ଯ୍ୟ ହେବେ । ବନ୍ଧୁ ସୁଖ ପାଇବା କଷ୍ଟସାଧ୍ୟ ହେବ । ଘାତଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । ଶତ୍ରୁ ଆପଣା ଛାଏଁ ଅପସରି ଯାଇପାରନ୍ତି । ଜଣେ ବ୍ରାହ୍ମଣଙ୍କ ସହାୟତାରେ ଲୋକ ପୂଜ୍ୟ ହେବେ । ଧନୁ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କୃତକାର୍ଯ୍ୟ ପାଇଁ ମନରେ ଅହଂଭାବ ଜାଗ୍ରତ ହେବ । ଶାନ୍ତି ସନ୍ତୋଷ ଲାଭ କରିବେ । ପ୍ରୀତି ଲାଭ କରିପାରନ୍ତି । ହସ-ଖୁସିରେ ଦିନଟି ଅତିବାହିତ ହେବ । ବିଦ୍ୟାବାନ ହେବେ । ବ୍ୟବସାୟ ଲାଭଜନକ ହେବ । ମକର: ବିଚାର ବିମର୍ଶ କରି କାର୍ଯ୍ୟ ସମ୍ପାଦନ କଲେ ସଫଳତା ମିଳିବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ହଠାତ୍‌ କିଛି ଅର୍ଥ ମିଳିପାରେ । କର୍ମ ଚଞ୍ଚଳ ରହିବେ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବାର ସୂଚନା ମିଳୁଛି । କୁମ୍ଭ: ବ୍ୟବସାୟରେ ମଧ୍ୟମ ଫଳ ପାଇବେ । ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ । ମିତ୍ରତା ସୁଦୃଢ଼ ହେବ । ପାରିବାରିକ ସୁଖ ମିଳିବ । ବନ୍ଧୁ ସୁଖ ମିଳିପାରେ । କର୍ମ ତତ୍ପରତା ପ୍ରକାଶ ପାଇବ । ଶତ୍ରୁ ଅପସରି ଯିବେ । ସାମର୍ଥ୍ୟର ପରିପ୍ରକାଶ ଘଟିବ । ମୀନ: କାର୍ଯ୍ୟ ବିଳମ୍ବିତ ହୋଇପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ସତକର୍ମରେ ବ୍ୟୟ କରିପାରନ୍ତି । କେତେକ ନୂତନ କାର୍ଯ୍ୟର ପରିକଳ୍ପନା କରିପାରନ୍ତି । ଗୁରୁ-ଗୁରୁଜନଙ୍କ ଆଦର ପାଇ ଉତ୍‌ଫୁଲ୍ଲିତ ହେବେ । କାର୍ଯ୍ୟରେ ସଫଳତା ପାଇବେ ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।