ପିଟି ଉଷା ବାଇଓପିକରେ ପ୍ରିୟଙ୍କା ଚୋପ୍ରା

.

Published On: Oct 07, 2017 11:50 PM IST |   700

ସୋସିଆଲ ସାଇଟରେ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ଚୋପ୍ରା ପୁନଃ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଜଣାଇଛନ୍ତି। ୨୦୧୪ରେ ମୁକ୍ତିଲାଭ କରିଥିବା ‘ମ୍ୟାରିକମ୍’ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିବା ପ୍ରିୟଙ୍କା ଏଥରକ ଦୌଡ଼ରାଣୀ ପିଟିଉଷାଙ୍କ ବାଇଓପିକରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ନିର୍ଦେଶକ ରେବତୀ ଏସ୍.ବର୍ମାଙ୍କ ନିର୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ସୁଟିଂ ୨୦୧୮ ଏପ୍ରିଲରେ ଆରମ୍ଭ ହେବ। ଚଳଚ୍ଚିତ୍ରର ସଂଯୋଜନା ଏ.ଆର୍.ରେହମାନ୍ ଦେବେ ବୋଲି ପ୍ରକାଶ। ପ୍ରିୟଙ୍କା ଏହି ବାଇଓପିକ୍ ସମ୍ପର୍କରେ ନିଜ ମତ ପ୍ରକାଶ କରି କହିଛନ୍ତି ଯେ, ମୋ ସୌଭାଗ୍ୟ ମୁଁ ଏହି ଚରିତ୍ରରେ ଅବତୀର୍ଣ୍ଣ ହେବି। ନଭେମ୍ବର ଶେଷ ସପ୍ତାହରେ ଭାରତ ଆସିବାକୁ ଯୋଜନା ରଖିଥିବା ପ୍ରିୟଙ୍କା ୩ମାସ ପର୍ଯ୍ୟନ୍ତ ପି.ଟି ଉଷାଙ୍କ ସହ ରହି ଭଲଭାବେ ସବୁକିଛି ପ୍ରଶିକ୍ଷଣ ନେବେ। ଏହା ପରେ ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହି ବାଇଓପିକଟି ଇଂରାଜୀ, ହିନ୍ଦୀ, ଚାଇନିଜ୍ ଓ ରୁଷୀୟ ଭାଷାରେ ଅନୁବାଦ ହେବ ବୋଲି ଶୁଣାଯାଉଛି।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର