ମୋବାଇଲ ଦେଖିବାକୁ ମନା କରିବାରୁ ଜୀବନ ହାରିଲା ନାବାଳକ

ରେଢ଼ାଖୋଲ : ପିଲାଙ୍କୁ ଏବେ ମୋବାଇଲ ନିଶା ଘାରିଛି। ମୋବାଇଲ୍‌ ଦେଖିବା ପାଇଁ ଆକଟ କରିବାରୁ ସମ୍ବଲପୁର ଜିଲା ରେଢ଼ାଖୋଲ ଆମ୍ବେଦକର ନଗରର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଆମ୍ବେଦକର ନଗରର ଟିକୁନ ମୁଖିଙ୍କ ପୁଅ ଆର୍ୟନ ସବୁବେଳେ ଘରେ ମୋବାଇଲ ଦେଖୁଥିବାରୁ ମା’ ତା’କୁ ଆକଟ କରିଥିଲେ। ଏହାକୁ ସହି ନ ପାରି ଆର୍ୟନ ଘରପାଖ ଗଛରେ ବେକରେ ରଶି ଲଗାଇ ଦେଇଥିବା ଜଣାପଡିଛି। ପରିବାର ଲୋକେ ତା’କୁ ରେଢ଼ାଖୋଲ ଡାକ୍ତରଖାନା ନେଇଥିବାବେଳେ ଡାକ୍ତର ତା’କୁ ସେଠାରେ ମୃତ ଘୋଷଣା କରିଥିଲେ। ରେଢ଼ାଖୋଲ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Comments are closed.