ନବ ଦାସଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ

ସମ୍ବଲପୁର: ବିକେଡି ହାଉସ ଓ ଅଫିସରେ ଆଇଟି ରେଡ୍। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ଆୟକର ଚଢାଉ ହୋଇଛି। ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ୍ ହୋଇଛି। ଆୟକର ବିଭାଗର ୨ ଟିମ୍ ରେଡ୍ରେ ସାମିଲ ଅଛନ୍ତି। ୧୦ଟି ଇନୋଭା ଗାଡ଼ିରେ ଆଇଟି ଟିମ୍ ଆସି ଚଢାଉ କରିଥିବା ସୂଚନା ମିଳିଛି। ତେବେ ବିକେଡି ଅଫିସ୍ ଓ ଘରେ ବ୍ରଜ ଦାସଙ୍କ ବହୁ ଦାମୀ କାର ରହିଥିବା ଦେଖିବାକୁ ମିଲିଛି। ତେବେ ସମସ୍ତ ଗାଡ଼ିର ସମାନ ନମ୍ବର ୫୯୯୫ ରହିଛି। ମାଲିକ ବ୍ରଜକିଶୋର ଦାସ ସମ୍ବଲପୁରରେ ନଥିବାବେଳେ ତାଙ୍କ ପରିବାର ଓ ଅଫିସ କର୍ମଚାରୀକୁ ନେଇ ଆୟକର ବିଭାଗ ଅଧିକ ଚଢାଉ ଚଳାଇଛି।
Comments are closed.