• ନିଉଜ ଆଲର୍ଟJul 16, 2017

    ଶ୍ରାବଣ ମାସରେ ଶିବ ପୂଜା କଲେ, ଶାନ୍ତ ହୁଅନ୍ତି ନବଗ୍ରହ

    ଶ୍ରାବଣ ମାସରେ ଶିବ ପୂଜା କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି । ଶିବ ହିଁ ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ଉପାସନା କରି ପ୍ରତ୍ୟେକ କାର୍ଯ୍ୟକୁ ନୟନ୍ତ୍ରଣ କରାଯାଇ ପାରିବ ।ଏହି ମାସରେ ଶିବଙ୍କୁ ଉବସନା କରି ଗ୍ରହନକ୍ଷତ୍ରକୁ ସହଜରେ ଶାନ୍ତ କରା ଯାଇପାରିବ ଏବଂ ରାଶିରେ ଥିବା ଗ୍ରହ ସମସ୍ୟାକୁ ମଧ୍ୟ ସମାଧାନ କରା ଯାଇପାରେ । ସୂର୍ଯ୍ୟ ଦେବତାଙ୍କୁ କିପରି ଶାନ୍ତ କରିବେ ପ୍ରତି ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ସହ  ମନ୍ଦାର ଫୁଲ ମଧ୍ୟ ଅର୍ପଣ କରିପାରିବେ ।  ଚନ୍ଦ୍ରଙ୍କୁ କିପରି ଶାନ୍ତ କରିବେ ଚନ୍ଦ୍ରଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ପରେ ଧଳା ରଙ୍ଗର କୌଣସି ଫୁଲ ଅର୍ପଣ କରନ୍ତୁ ।ଶ୍ରାବଣ ମାସର ଯେକୌଣସି ଦିନରେ ଆପଣ ଏହି ଉପାୟ କରି ପାରିବେ । ମଙ୍ଗଳଙ୍କୁ କିପରି କରିବେ ଶାନ୍ତ ମଙ୍ଗଳ ଗ୍ରହଙ୍କୁ ଶାନ୍ତ  କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କର୍ପୁର ଆଳତି କରନ୍ତୁ ।ଶ୍ରାବଣ ମାସରେ ଯେକୌଣସି ମଙ୍ଗଳବାର ଏପରି କରିପାରିବେ ।  ବୁଧଙ୍କୁ କିପରି କରିବେ ଶାନ୍ତ ଶ୍ରାବଣ ମାସରେ ବୁଧଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ସହ ସୁଗନ୍ଧିତ ଜଳ ଅର୍ପଣ କରି ପାରିବେ ।ଶ୍ରାବଣ ମାସ ବୁଧବାର ଦିନ ଏପରି କଲେ ଲାଭଦାୟକ ହୋଇଥାଏ ।  ବୃହଷ୍ପତିଙ୍କୁ କିପରି ଶାନ୍ତ କରିବ ବୃହଷ୍ପତିଙ୍କୁ ଶାନ୍ତ କରିବା ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗ ଥିବା ବେଦି ଉପରେ ହଳଦୀ ଲଗାନ୍ତୁ । ଶ୍ରାବଣ ମାସର ପ୍ରତି ଗୁରୁବାର ଏପରି କରନ୍ତୁ ।  ଶୁକ୍ର ଦେବତାଙ୍କୁ କିପରି କରିବେ ଶାନ୍ତ ଶୁକ୍ରଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ । ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ । ପ୍ରତି ଶୁକ୍ରବାର ଏପରି କରନ୍ତୁ । ଶନିଦେବଙ୍କୁ କିପରି ଶାନ୍ତ କରିବେ ଶନିଦେବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଆକୁ ରସ ଅର୍ପଣ କରିବା ସହ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ ।ଶ୍ରାବଣ ମାସର ପ୍ରତି ଶନିବାର ଶିବ ମନ୍ଦିରରେ ଘିଅ ଦୀପ ଜଳାନ୍ତୁ ।ଏପରି କଲେ ଶନିଦେବ ଶାନ୍ତ  ହୋଇଥାନ୍ତି । ରାହୁ-କେତୁ କିପରି ଶାନ୍ତ ହେବ   ରାହୁ କେତୁଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସର ଯେକୌଣସି ଦିନରେ ଶିବଲିଙ୍ଗ ଉପରେ ଜଳ ସହ ଭାଙ୍ଗ ମିଶାଇ ଅର୍ପଣ କରନ୍ତୁ ।ବୁଧବାର ଦିନ ଶିବ ମନ୍ଦିରରେ ପତକା ଅର୍ପଣ କଲେ ରାହୁ-କେତୁ ଶାନ୍ତ  ହୋଇଥାନ୍ତି ।

  • ନିଉଜ ଆଲର୍ଟJul 16, 2017

    ଲାଲକିଲ୍ଲା ଉଡାଇଦେବାକୁ ଧମକ: ଯୁବକ ଗିରଫ

    ନୂଆଦିଲ୍ଲୀ: ଐତିହାସିକ ଲାଲକିଲ୍ଲାକୁ ବମ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏକ ଯୁବକଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ପାହାଡଗଞ୍ଜସ୍ଥିତ ଏକ ହୋଟେଳର ମ୍ୟାନେଜର ମହରୁପ  । ପୁଲିସ ସୂଚନା ଅନୁଯାୟୀ...

  • ନିଉଜ ଆଲର୍ଟJul 16, 2017

    ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

      ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି  । ଏହାର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି  । ସଂସଦର ଉଭୟ ସଦନର କାର୍ଯ୍ୟକ୍ରମରେ ବିରୋଧି ଦଳଙ୍କ ସହଯୋଗ କାମନା ଆଶାରେ ସରକାରଙ୍କ ପକ୍ଷରୁ ଏହି...

  • ନିଉଜ ଆଲର୍ଟJul 16, 2017

    ଜାଣନ୍ତୁ ବିବାହ ସମ୍ବନ୍ଧୀୟ ୫ଟି ବଡ ଗୁଜବ !

    ୧)ବିବାହ ସମ୍ବନ୍ଧୀୟ ସବୁଠୁ ବଡ ମିଛ ହେଲା ଯେ ସଫଳ ଦମ୍ପତ୍ତିଙ୍କ ମଧ୍ୟରେ କେବେହେଲେ ଝଗଡା ହୁଏ ନାହିଁ । ମଣିଷ ମଧ୍ୟରେ କଳି ହେବା ସ୍ୱାଭାବିକ ,ଯେହେତୁ ବିବାହ କରିଥିବା ସ୍ୱାମି, ସ୍ତ୍ରୀ ମଧ୍ୟ ଜଣେ ଲେଖାଏଁ ମଣିଷ ତେଣୁ...

  • ନିଉଜ ଆଲର୍ଟJul 16, 2017

    ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ ବୈଠକ

    ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ଆଜି ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହେଉଛି  । ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି  । ବିରୋଧି ଦଳ ପକ୍ଷରୁ...

  • ନିଉଜ ଆଲର୍ଟJul 16, 2017

    ଜାଣନ୍ତୁ କେମିତି କରିବେ ନୁଡଲ୍ସ ପକୋଡା

    ବର୍ଷାଦିନେ ସନ୍ଧ୍ୟା ଆସର ଛଣାଛଣି ଖାଦ୍ୟ ସହ ଖୁବ୍ ଜମିଥାଏ। ଯଦିଓ ଅଧିକ ପରିମାଣରେ ଏହା ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ, ତେବେ ସମସ୍ତେ ଅଳ୍ପ ପରିମାଣରେ ଏହା ଖାଇପାରିବେ। ଆଜିକାଲି ବଜାରରେ ବିଭିନ୍ନ ସ୍ବାଦର ନୁଡଲ୍ସ ପକୋଡା ମିଳୁଛି।କ ତେବେ...

  • ନିଉଜ ଆଲର୍ଟJul 16, 2017

    ଲକ୍ଷ୍ନୌର କେଜିଏମୟୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ; ୫ମୃତ

    ଲକ୍ଷ୍ନୌ:ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ କଲେଜରେ  ଶନିବାର ରାତ୍ରୀରେ ଘଟିଥିବା ଅଗ୍ନିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ନବଜାତ ଶିଶୁ ସାାମିଲ ଅଛନ୍ତି ।ଅଗ୍ନିକାଣ୍ଡ ଘଟିବା ପରେ  ଯଥାଶିଘ୍ର ଚିକିତ୍ସା ସହୟତା ଯୋଗାଇ ଦିଆନଯିବା...

  • ନିଉଜ ଆଲର୍ଟJul 16, 2017

    ଘରୁ ପିମ୍ପୁଡ଼ି ଦୂରେଇବାର ଉପାୟ

    ଏବେ ବର୍ଷାଦିନରେ ଘରେ ବିଭିନ୍ନ ସ୍ଥାନରେ ଜନ୍ଦା, ପିମ୍ପୁଡ଼ିଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। ଅନେକ ସମୟରେ ଖାଦ୍ୟପେୟରେ ମଧ୍ୟ ଏମାନେ ରହିଯାନ୍ତି। ଏମାନଙ୍କୁ ଦୂରେଇବାର କେତୋଟି ସରଳ ଉପାୟ ରହିଛି। ଲେମ୍ବୁ ଚୋପାକୁ ଜନ୍ଦା, ପିମ୍ପୁଡ଼ି ଆସୁଥିବା ସ୍ଥାନରେ ରଖିଦିଅନ୍ତୁ।...

  • ନିଉଜ ଆଲର୍ଟJul 16, 2017

    ନକଲି କ୍ଷୀର ଗାଡିରେ ବେଆଇନ କେନ୍ଦୁ ପତ୍ର ଚାଲଣ

    ସମ୍ବଲପୁର: ନକଲି କ୍ଷୀର ଗାଡିରେ ବେଆଇନ କେନ୍ଦୁ ପତ୍ର ଚାଲଣ ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଛ।ନାକଟିଡେଉଳ ଥାନା ପୁଲିସ ଗାଡିକୁ ଅଟକ ରଖିଥିବା ବେଳେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ସେମାନେ ହେଲେ ମୟୂରଭଞ୍ଜ...

  • ନିଉଜ ଆଲର୍ଟJul 16, 2017

    ରାଜକୀୟ ଅନ୍ଦାଜରେ ସୁନା ଥାଳିରେ ଖାଇଲେ ଶାହାରୁଖ୍‌

    ଆଗାମୀ ଫିଲ୍ମ ‘ଜବ ହେରୀ ମେଟ ସେଜଲ’ ପ୍ରମୋସନ ପାଇଁ ଜୟପୁରରେ ପହଞ୍ଚିଛନ୍ତି ଶାହାରୁଖ  । ସେଠାରେ ଏକ ରାଜସ୍ଥାନୀ ରେଷ୍ଟୁରାଣ୍ଟରେ ଶାହାରୁଖ୍‌ ସୁନା ଥାଳିରେ ଡାଲ,ବାଟି ଓ ଚୁରମାର ମଜା ନେଇଛନ୍ତି ଶାହାରୁଖ୍‌  । ଶାହାରୁଖ ଖାନ୍‌ଙ୍କୁ ୧୪ଟି ସୁନା...

  • ନିଉଜ ଆଲର୍ଟJul 16, 2017

    ଚୀନ,ପାକିସ୍ଥାନକୁ ସାବାଡ କରିବା ପାଇଁ ସେନାକୁ ଦରକାର ୨୭ଲକ୍ଷ କୋଟି ଟଙ୍କା

    ନୂଆଦିଲ୍ଲୀ:ଚୀନ ଓ ପାକିସ୍ଥାନ ଆଡୁ ଭାରତ ପ୍ରତି ରହିଥିବା ବିପଦର ସାମ୍ନା କରିବା ପାଇଁ  ତଥା ସେନାର ଆଧୁନିକୀକରଣ ନେଇ ଆଗାମି ୫ବର୍ଷ ମଧ୍ୟରେ  ୨୭ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଦାବୀ ହୋଇଛି ।ଗତ ଜୁଲାଇ ୧୦-୧୧ ଡିଆରଡିଓ...

  • ନିଉଜ ଆଲର୍ଟJul 16, 2017

    ଅମରନାଥ ଯାତ୍ରୀ ବସ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ

    ଶ୍ରୀନଗର:ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଠାରେ ଅମରନାଥ ଯାତ୍ରୀଙ୍କ ବସ ଉପରେ ହୋଇଥିବା ଆକ୍ରମଣରେ  ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏଥିସହ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୮ରେ ପହଁଞ୍ଚିଛି ।ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଲଳିତାବେନ ନାମକ...

  • ନିଉଜ ଆଲର୍ଟJul 16, 2017

    ରାୟଗଡା: ବନ୍ୟାରେ ଭାସିଗଲା ତିନୋଟି ପୋଲ

    କଲ୍ୟାଣସିଂପୁର: ରାୟଗଡାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି।କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ପାଣି ଆସିବାରୁ କଲ୍ୟାଣପୁରସିଂ ଗାଁ , ସାନ ବ୍ରାହ୍ମଣସାହି, କାମ୍ପ ସାହି,ବଡ ବ୍ରାହ୍ମଣ ସାହି, ତହସିଲ ଅଫିସରେ ପାଣି ପଶିଯାଇଛି। ଶହ ଶହ ଲୋକ...

  • ନିଉଜ ଆଲର୍ଟJul 16, 2017

    ଦିଲ୍ଲୀରୁ କୋଲକୋତା ଦୌଡିବ ବୁଲେଟ ଟ୍ରେନ

    ନୂଆଦିଲ୍ଲୀ:ଦିଲ୍ଲୀରୁ କୋଲକୋତା ମଧ୍ୟରେ ବୁଲେଟ ଟ୍ରେନ ଚାଲିବା ଲାଗି  ପ୍ରସ୍ତୁତି ଅରେମ୍ଭ ହୋଇସାରିଛି ।ଭାରତୀୟ ରେଳବାଇ ଅଧିକାରୀ ଅନିଲ ସକ୍‌ସେନାଙ୍କ କହିବା ଅନୁଯାୟୀ  ସ୍ପେନର ଇନକୋ-ଟିପ୍ସା-ଆଇସିଟି ପକ୍ଷରୁ ଏହି ବୁଲେଟ ଟ୍ରେନ ଯୋଜନାର ବିବରଣୀ ରେଳ ବିଭାଗକୁ ପ୍ରଦାନ କରାଯାଇଛି ।...

  • ନିଉଜ ଆଲର୍ଟJul 16, 2017

    ଲଘୁଚାପ ଘନୀଭୂତ:୨୦ ଯାଏଁ ପ୍ରବଳ ବର୍ଷା

    ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମବଙ୍ଗରେ ଶନିବାର ଲଘୁଚାପ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହେଉଥିବାବେଳେ ଲଘୁଚାପ ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |